www.samajalive.in
Sunday, December 7, 2025
26.1 C
Bhubaneswar

ମହାନଗରରେ ମଫସଲର ଦୃଶ୍ୟ : ବିକାଶ ନାମରେ ଚାଲିଛି ପ୍ରହସନ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ହେବାର ପ୍ରାୟ ୧୨ ବର୍ଷ ବିତିଯିବା ସତ୍ୱେ ଏ ପର୍ଯ୍ୟନ୍ତ ଲୋକେ ମହାନଗରୀୟ ସୁବିଧାରୁ ବଞ୍ଚିତ ରହିଛନ୍ତି। ସରକାର ଓ ନିଗମ ପକ୍ଷରୁ ବାରମ୍ବାର ବିଭିନ୍ନ ବିକାଶର ଡିମଡିମ ପିଟାଯାଉଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ ଦୈନନ୍ଦିନ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ରହିଛନ୍ତି। ଲୋକେ ବାରମ୍ବାର ସର୍ବ ନିମ୍ନ ସୁବିଧା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ନାଳ, ସ୍ୱଚ୍ଛତା ଆଦି ସୁବିଧା ପାଇଁ ଦାବୀ କରିଆସୁଥିବା ବେଳେ ତାହାର ପ୍ରତିକାର ହେଉ ନାହିଁ। ଏଭଳି ଚରମ ଅବହେଳାର ଶିକାର ନିଗମରେ ସାମିଲ ହୋଇଥିବା ସମସ୍ତ ଗ୍ରାମଞ୍ଚଳରେ ପରିଲକ୍ଷିତ ହେଉଥିବା ବେଳେ ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ ମଧ୍ୟ ଅନେକ ସ୍ଥାନରେ ନିପଟ ମଫସଲର ଦୃଶ୍ୟ ଦେଖିବାକୁ ମିଳୁଛି। ସମ୍ବଲପୁର ମହାନଗର ନିଗମର ୱାର୍ଡ ସଂଖ୍ୟା ୨୮ ଅନ୍ତର୍ଗତ ଭାଲୁପାଲି ଅଞ୍ଚଳରେ ବିକାଶ ଏବେ ସୁଦ୍ଧା ପହଞ୍ଚି ପାରି ନାହିଁ। ସମ୍ବଲପୁରକୁ ସରସ ସୁନ୍ଦର କରିବାର ଫମ୍ପା ଢ଼ୋଲ ପିଟୁଥିବା ସରକାରୀ କଳର ମନମୁଖୀ କାର୍ଯ୍ୟ ଯୋଗୁଁ ଏବେ ଭାଲୁପାଲି ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀ ନିଶିକାନ୍ତ ବିଶ୍ୱାଳଙ୍କ ଅନୁଯାୟୀ, ଅଞ୍ଚଳରେ ଏବେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ, ନାଳ, ପରିମଳ ଓ ରାସ୍ତା ପ୍ରମୁଖ ସମସ୍ୟା ଅଟେ। ଏହି ଅଞ୍ଚଳର ସିଂହଭାଗ ସ୍ଥାନରେ ନାଳ ବୋଲି କିଛି ନ ଥିବା ବେଳେ ରାସ୍ତାର ଦୁରାବସ୍ଥା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ନିଗମ କତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବାରମ୍ବାର ଅନୁରୋଧ ସତ୍ୱେ ଅଞ୍ଚଳକୁ ବୋଧହୁଏ ଭୁଲି ଯାଇଛି। ଉଦାହରଣ ସ୍ୱରୂପ ଏହି ୱାର୍ଡ ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ ସାଧାରଣ ଦିନରେ ଯାତାୟାତ ପାଇଁ ଥିବା ରାସ୍ତାରେ ଯିବା କଷ୍ଟକର ହୋଇ ପଡୁଥିବା ବେଳେ ବର୍ଷା ସମୟରେ ଏହା ଅତ୍ୟନ୍ତ ଦୁରୁହ ଓ ବିପଦଜନକ ହୋଇ ପଡୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ବର୍ଷା ସମୟରେ ଏହି ଅଞ୍ଚଳରେ ମହାନଗର ନିଗମ ମଧ୍ୟରେ ମଫସଲର ଦୃଶ୍ୟ ଗୋଚର ହେଉଛି। ଯେତେ ଥର ଜିଲା ପ୍ରଶାସନ ଓ ନିଗମ କତ୍ତୃପକ୍ଷଙ୍କୁ ଦାବି କରାଗଲେ, କେବଳ ପ୍ରହସନ କରାଯାଇ ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଉଥିବା ବେଳେ ଇତି ମଧ୍ୟରେ ନିଗମ ଗଠିତ ହେବାର ୧୨ ବର୍ଷ ବିତିଗଲାଣି, କିନ୍ତୁ ବିକାଶ ଏବେ ସୁଦ୍ଧା ପହୁଞ୍ôଚ ପାରି ନାହିଁ। ପୁର୍ବରୁ ପଞ୍ଚାୟତ ଅଧିନରେ ରହିଥିବା ବେଳେ ଏହି ଅଞ୍ଚଳରେ ପ୍ରତି ବର୍ଷ ବର୍ଷା ପୁର୍ବରୁ ମୁରୁମ, ପଥର ଗୁଣ୍ଡ ଆଦି ପକାଯାଇ ଯାତୟାତର ସୁବିଧା କରାଯାଉଥିବା ବେଳେ ନିଗମ ଅଧିନକୁ ଆସିବା ପରେ ତାହା ମଧ୍ୟ ଠପ ହୋଇଯାଇଛି। ଲୋକେ ପଞ୍ଚାୟତ ଅଧିନରେ ଥିବା ବେଳେ ବେଶି ସୁବିଧା ପାଉଥିବା ବେଳେ ନିଗମରେ ସାମିଲ ହେବା ପରେ ସୁବିଧାରେ ବୃଦ୍ଧି ହେବାର ସ୍ୱପ୍ନ ଦେଖିଥିବା ଅଞ୍ଚଳବାସୀଙ୍କ ସ୍ୱପ୍ନ ପାଣି ଫୋଟକା ଭଳିଆ ମିଳାଇ ଯାଇଛି ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ଦୀର୍ଘ ୧୨ ବର୍ଷ ହେବ ନିଗମ ଗଠିତ ହେବା ସତ୍ୱେ ଆଜି ପର୍ଯ୍ୟନ୍ତ ନିଗମର ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିବାରୁ ଲୋକେ ନିଜକୁ ଠକେଇର ଶିକାର ହୋଇଥିବାର ଅନୁଭବ କରୁଛନ୍ତି। ଯାହା ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କିନ୍ତୁ ପ୍ରଶାସନ ଓ ସରକାର ନିଦା ବିଷ୍ଣୁ ସାଜିଛନ୍ତି। ଏଣୁ ତୁରନ୍ତ ଅଞ୍ଚଳରେ ସର୍ବ ନିମ୍ନ ରାସ୍ତା ଓ ନାଳର ସୁବିଧା ପ୍ରଦାନ କରାଯାଉ ବୋଲି ବାସିନ୍ଦା ମାନେ ଦାବି କରୁଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories