ଯୁଗଳ କିଶୋରଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ୱ

ଭବାନୀପାଟଣା: ବିଜେପିର କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଯୁଗଳ କିଶୋର ପୋଢଙ୍କୁ ଦାୟିତ୍ୱ ଦିଆଯାଇଛି। ଦଳୀୟ ମହଲରେ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଯୁଗଳ ପୂର୍ବରୁ ଯୁବମୋର୍ଚ୍ଚା ଜିଲା ସଭାପତି ଏବଂ ଦୁଇଥର ବିଜେପି ଜିଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ। ଆଜି ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଏକ ସାଙ୍ଗଠନିକ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା ଯୁଗଳଙ୍କୁ ଜିଲ୍ଲା ସଭାପତି ଘୋଷଣା କରିଥିଲେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଗ, ସାଂସଦ ମାଳବିକା ଦେବୀ, ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କ ସମେତ ଜିଲାର ବହୁ ଦଳୀୟ ନେତା ଏବଂ କର୍ମୀ ଯୋଗ ଦେଇଥିଲେ।
Comments are closed.