ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ତଥା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଜନମାନସ ମଧ୍ୟରେ ରାଷ୍ଟ୍ର ଭକ୍ତି ଓ ଦେଶ ପ୍ରେମ ଭାବର ଜାଗରଣ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ସମ୍ବଲପୁର ମହାନଗର ପଥ ସଞ୍ଚଳନ ପ୍ର ଜେଲ୍ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ମୂର୍ତ୍ତିରେ ଆରଏଏସଏସ ର ମହାନଗର ସଂଘ ଚାଳକ ଦୀପକ ପଣ୍ଡା, ପ୍ରାନ୍ତ କାର୍ଯ୍ୟବାହ ଗଣେଶ ମହାପାତ୍ର ତଥା ସଂଘ ର ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସକାଳ ୧୦ ଟା ରେ ୫୦୦ ରୁ ଊର୍ଦ୍ଧ୍ବ ସ୍ବୟଂସେବକ ପୂର୍ଣ୍ଣ ଗଣବେଶରେ ରାଷ୍ଟ୍ରୀୟ ବିଦ୍ୟା ମନ୍ଦିରରୁ ବାହାରି ବୈଦ୍ୟନାଥ ଛକ, ମ୍ୟୁନିସପାଲିଟି ଛକ, ବଡ଼ ସଡ଼କ ଦେଇ କୁଞ୍ଜେଲ୍ ସିଂ ଦ୍ବାର, ସାନ ସଡ଼କ, ପର୍ଶୁରାମ ଛକ ଓ ଗୋଲବଜାର ଦେଇ ରାଷ୍ଟ୍ରୀୟ ବିଦ୍ୟା ମନ୍ଦିରକୁ ଫେରିଥିଲା। ବୀର ସୁରେନ୍ଦ୍ର ସାଏ, ଭାରତ ମାତା, ସୁବାସ ଚନ୍ଦ୍ର ବୋଷଙ୍କ ଫଟୋ ସାଙ୍ଗେ ଘୋଷ ବାଦ୍ୟ (ବ୍ୟାଣ୍ଡ)ରେ ବିଭିନ୍ନ ଭାରତୀୟ ରଚନା ଓ ବୀର ବାଦ୍ୟର ତାଳେ ତାଳେ ସ୍ବୟଂସେବକ ମାନେ ନଗର ପରିକ୍ରମା କରିଥିଲେ। ଶିଶୁ ମାନେ ଭାରତ ମାତା, ନେତାଜୀ ତଥା ସୁରେନ୍ଦ୍ର ସାଏ ଙ୍କ ଭଳି ପୋଷାକ ପିନ୍ଧି ଏଥିରେ ସାମିଲ ହୋଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ବସ୍ତି ବାସିନ୍ଦା ମାନେ ସାମିଲ ହୋଇ କଳସ, ରଙ୍ଗୋଲି, ଝୋଟି ପକାଇ ଓ ପୁଷ୍ପ ବୃଷ୍ଟି କରି ସଞ୍ଚଳନରେ ଭାଗ ନେଇଥିବା ସ୍ବୟଂସେବକ ମାନଙ୍କୁ ସ୍ବାଗତ କରିଥିଲେ।

Comments are closed.