www.samajalive.in
Monday, December 8, 2025
20.1 C
Bhubaneswar

ରାଜନୀତିରେ ପରିବାରକୁ ଆକ୍ଷେପ କରି କହିବା ଅତ୍ୟନ୍ତ ନିନ୍ଦନୀୟ

ସମ୍ବଲପୁର: ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏଥିରେ ବରିଷ୍ଠ ସମାଜସେବୀ ବେଣୁଧର ଦାଶ ମନ୍ତବ୍ୟ ଦେଇଛନ୍ତି ଯେ, ଗତ ୧୬ ତାରିଖରେ ବିଜୁ ଜନତା ଦଳ ଜିଲା ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ସ୍ଥାନୀୟ ସମସ୍ୟାକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ସଫଳତା ଦେଖି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବ୍ୟତିବ୍ରସ୍ତ ହୋଇ ଇଂ ରୋହିତ ପୂଜାରୀଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ଆକ୍ଷେପ କରି କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ପୂଜାରୀ ପରିବାର ସମ୍ବଲପୁରର ଏକ ପ୍ରତିଷ୍ଠିତ ପରିବାର, ଏହି ପରିବାରର ସଦସ୍ୟ ସ୍ବର୍ଗତ ଜନାର୍ଦ୍ଦନ ପୂଜାରୀ ଅଟନ୍ତି, ବିଗତ ଦିନରେ କଟକ ମେଡିକାଲ କଲେଜର ଅଧ୍ୟକ୍ଷ, କଲେକ୍ଟର ଭଳି ପଦ ପଦବୀରେ ରହି ଆସିଛନ୍ତି। ରାଜନୀତିରେ ବ୍ୟକ୍ତିଗତ ତଥା ବ୍ୟକ୍ତିତ୍ବକୁ ଆରୋପ ପ୍ରତ୍ୟରୋପ କରାଯାଇପାରେ, କିନ୍ତୁ ପରିବାର ସଦସ୍ୟଙ୍କୁ କଟୁ ମନ୍ତବ୍ୟ କହିବା ରାଜନୀତିର ସୀମା ଲଂଘିବା ସହ ସମାନ। ବିଧାୟକ ଜୟ ନାରାୟଣ ମିଶ୍ର, ରେମେନ୍ଦ୍ର କୁମାର ପୂଜାରୀଙ୍କ ବିଷୟରେ ଯେଉଁ କଟୁ ମନ୍ତବ୍ୟ ଦେଇଛନ୍ତି। ସେ ଜାଣିବା ଦରକାର ପ୍ରଥମେ ତାଙ୍କ ବିଷୟରେ, ସେ ହେଉଛନ୍ତି ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏହା ସହ ସେ ଲଣ୍ଡନ ଠାରେ ’ଗୋଲ୍ଡେନ ସୋର୍ଡ୍ ଅଫ ଅନର’ ଉପାଧି ପାଇଥିଲେ।

ଏହା ସହ ଶ୍ରୀ ଦାଶ କହିଛନ୍ତି ଯେ, ଆଗାମୀ ଦିନରେ ଏଭଳି ହାସ୍ୟାସ୍ପଦ ରାଜନୀତି ନ କରିବା ପାଇଁ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶଙ୍କ ସହ କେନ୍ଦୁ ପତ୍ର କର୍ମଚାରୀ ସଙ୍ଘର ବରିଷ୍ଠ ନେତା ଗୋକୁଳ ମେହେର, ବିଜୁ ଜନତା ଦଳର ଉପ ସଭାପତି ବସନ୍ତ ମିଶ୍ର, ବରିଷ୍ଠ ନେତା ସଭାପତି ସତେନ୍ଦ୍ର ଦାସ, ସମାଜସେବୀ ହରଦିପ ସିଂ ଭୂର୍ଜି, ଉଷା ପ୍ରଧାନ, ସିପ୍ରା ମହାନ୍ତି, ସୁରୁବାବୁ ମେହେର, ଯୁବ ଜୋନ ସଭାପତି ଦେବାଶିଷ ପରିଡ଼ା, ପ୍ରଦୋଷ ମହାନ୍ତି, ପ୍ରଶାନ୍ତ ନାୟକ, ଅନ୍ମୋଲ୍ ଦାସ ପ୍ରମୁଖଙ୍କ ସମେତ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories