ପିପିଲି ସତ୍ସଙ୍ଗ ବିହାରର ଦ୍ୱିତୀୟ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

ପିପିଲି: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଏବଂ ପିପିଲି ସତସଙ୍ଗ ବିହାରର ଦ୍ୱିତୀୟ ବାର୍ଷିକ ଉଦ୍ବୋଧନ ସ୍ମୃତି ମହୋତ୍ସବ ଗୁରୁବାର ଦିନ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସେଠାରେ ବେଦ ମାଙ୍ଗଳିକ ଓ ନହବତ୍, ଉଷାକୀର୍ତ୍ତନ, ଉଷାବିନତୀ ପ୍ରାର୍ଥନା, ଗ୍ରନ୍ଥପାଠ, ସଙ୍ଗୀତାଞ୍ଜଳୀ, ସତ୍ସଙ୍ଗ ଓ ସଦାଲୋଚନା ଧର୍ମସଭା, ମାତୃ ସମ୍ମିଳନୀ, ସନ୍ଧ୍ୟା ବିନତୀ ପ୍ରାର୍ଥନା ଓ ସଦ୍ଗ୍ରନ୍ଥପାଠ ଅନୁଷ୍ଠିତ ହୋଇଥିଲା। ପିପିଲି ସତ୍ସଙ୍ଗ କେନ୍ଦ୍ରର ସଭାପତି ସହପ୍ରତି ଋତ୍ୱିକ ରବୀନ୍ଦ୍ରନାଥ କୋଦମାସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ସତ୍ସଙ୍ଗରେ ମୁଖ୍ୟବକ୍ତା ଭାବେ ସହପ୍ରତି ଋତ୍ୱିକ କୁମୁଦ ପ୍ରଧାନ ଓ ଅନ୍ୟତମ ବକ୍ତାଭାବେ ସହପ୍ରତି ଋତ୍ୱିକ ଗୋପୀନାଥ ତ୍ରିପାଠୀ, ରାଧାଶ୍ୟାାମ ମିଶ୍ର, ବୈରାଗୀ ସାହୁ, ସ୍ୱାଇଁ ନୃସିଂହଶ୍ରୀ ଚନ୍ଦନ, ବ୍ରଜବନ୍ଧୁ ସ୍ୱାଇଁ, ବିରଞ୍ଚି ନାରାୟଣ ସାମନ୍ତସିଂହାର ପ୍ରମୁଖ ଯୋଗଦେଇ ଠାକୁରଙ୍କ ଦିବ୍ୟ ଜୀବନୀ ଭାବାଦର୍ଶ ଓ ଗୁରୁଗ୍ରହଣ ଏବଂ ସତ୍ସଙ୍ଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ୨ହଜାରରୁ ଊର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ। ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିକୃତି ସହ ନଗର ପରିକ୍ରମା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସହପ୍ରତି ଋତ୍ୱିକ ରବୀନ୍ଦ୍ରନାଥ କୋଦମାସିଂହ, ଗଙ୍ଗାଧର ନନ୍ଦ, ବାସୁଦେବ ସାହୁ, କ୍ଷେତ୍ରମୋହନ ବରାଳ, ପ୍ରଭାକର ବେହେରା, ବିରଞ୍ଚି ନାରାୟଣ ସାମନ୍ତସିଂହାର, ବ୍ରଜବନ୍ଧୁ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.