ନିୟମଗିରି ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତରେ ଥିବା ନିୟମଗିରି ପାହାଡରେ ଥିବା ଲାଖପଦର ଗ୍ରାମ ଠାରେ ନିୟମଗିରି ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ନିୟମଗିରି ପାହାଡ ସୁରକ୍ଷା ସମିତି ସଭାପତି ଲଦ ଶିକକାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ପର୍ବ ଆସନ୍ତା ଫେବ୍ରୁଆରୀ ମାସ ୨୧, ୨୨ ଓ ୨୩ ତାରିଖ ତିନି ଦିନ ଧରି ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ମାସ ୩୧ ତାରିଖ ଦିନ ଠାରୁ ନିୟମଗିରି ପାହାଡରେ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା ଓ ଲାଞ୍ଜିଗଡ଼ ବ୍ଲକର ଥିବା ୧୧୨ଖଣ୍ଡ ଗ୍ରାମ ବା ପଦରକୁ ବୁଲି ବୁଲି ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସବୁ ବର୍ଷ ଠାରୁ ଚଳିତ ବର୍ଷ ଧୁମଧାମରେ ପାଳନ କରିବା ପାଇଁ ଆଲୋଚନା କରାଯାଇଛି। ଏଥିରେ ନିୟମଗିରି ଡଙ୍ଗରିଆ କନ୍ଧ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.