www.samajalive.in
Sunday, December 7, 2025
23.1 C
Bhubaneswar

ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ସ୍ୱରୋଜଗାରକ୍ଷମ କରିବା ଓ ଯୁବ ଉଦ୍ୟେଗୀ ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ ନିମନ୍ତେ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜିଲାରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସାମ୍ପ୍ରତିକସ୍ଥିତିରେ ଗୁରୁତ୍ୱ ବହନ କରୁଥିବା ବିଭିନ୍ନକ୍ଷେତ୍ରରେ କର୍ମ ନିଯୁକ୍ତି ପ୍ରଦାନ ତଥା ସ୍ୱରୋଜଗାରକ୍ଷମ କରିବା ପାଇଁ ବେକାର ଯୁବକ ଯୁବତୀଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ଜିଲା ଖଣିଜ ପ୍ରତିଷ୍ଠାନ ସହଭାଗିତାରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ ହେଉଛି। ଜିଲାର ସମସ୍ତ ୧୩ଟି ବ୍ଲକରେ ପର୍ଯ୍ୟାୟକ୍ରମେ ପରାମର୍ଶ ଶିବିର ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ବାଂଶପାଳ ଓ ତେଲକୋଇରେ ଏହି ଶିବିର ଚଳିତମାସ ୨୩ ଓ ୨୪ ତାରିଖରେ ଆୟୋଜିତ ହୋଇଛି ଯେଉଁଥିରେ ଶତାଧିକ ଯୁବକଯୁବତୀ ଯୋଗ ଦେଇଥିଲେ। ଚଳିତମାସ ୩୦ରେ ଝୁମ୍ପୁରା ବ୍ଲକ, ୩୧ରେ ଚମ୍ପୁଆ, ଜାନୁଆରୀ ୩ରେ ଯୋଡ଼ା, ୪ରେ ପାଟଣା, ୬ରେ ସାହାରପଡ଼ା, ୭ରେ କେନ୍ଦୁଝର ସଦର ବ୍ଲକ, ୮ରେ ହରିଚନ୍ଦନପୁର, ୧୫ରେ ଘଟଗାଁ, ୧୬ରେ ଘଷିପୁରା, ୧୭ରେ ଆନନ୍ଦପୁର ଏବଂ ୧୮ରେ ହାଟଡିହି ବ୍ଲକରେ ଏହି ଶିବିର ଆୟୋଜନ ହେବ ବୋଲି ଜିଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ ସୂଚନା ଦେବାସହ ଧାର୍ଯ୍ୟ ଦିବସରେ ସମ୍ପୃକ୍ତ ବ୍ଲକର ଯୁବକଯୁବତୀ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories