ବ୍ଲକସ୍ତରୀୟ ଦୀର୍ଘସ୍ଥାୟୀ ଓାୖଷଧିୟ ମଶାରୀ ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଫୁଲବାଣୀ ବ୍ଲକର ବ୍ଲକ ସ୍ତରୀୟ ଦୀର୍ଘସ୍ଥାୟୀ ଓାୖଷଧିୟ ମଶାରୀ ବଣ୍ଟନର ଶୁଭାରମ୍ଭ ଆଜି ଗଞ୍ଜୁଗୁଡା ଗ୍ରାମପଞ୍ଚାୟତ ସମ୍ମୁଖ ପଡିଆରୁ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଶୁଭାରମ୍ଭ ଓ ସଚେତନତା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବ୍ଲକର ୧୧ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରୀ କଳ୍ପନା ଦଳେଇ, ସିଡିପିଓ ବୈଜନ୍ତି ମଲ୍ଲିକ, ଭିବିଡିସି ପରାମର୍ଶଦାତା କୁମୁଦ ସାହୁ, ଆୟୋଜକ ଭିବିଡିଟିଏସ ପ୍ରତ୍ୟୁଷ ସାବତ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଶର୍ମିଷ୍ଠା ମହାପାତ୍ରଙ୍କ ସମେତ ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଏବଂ ଗଞ୍ଜୁଗୁଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ମ୍ୟାଲେରିଆ ରୋଗରୁ ସୁରକ୍ଷା ଓ ନିରାକରଣ ନିମନ୍ତେ ୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମଶାରୀ ବଣ୍ଟନ ସହିତ ମଶାରୀ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

Comments are closed.