ଘରପୋଡି ଘଟଣା – ୭ ମାସ ପରେ ୨ ଜଣ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ଡଙ୍ଗେରିକିଆ ଗାଁରେ ୭ ମାସ ତଳେ ଗୁଣିଗାରେଡିକୁ କେନ୍ଦ୍ର କରି କିଛି ଦୁର୍ବୁତ୍ତ ସେହି ଗାଁର ସଞ୍ଜିବ କହଁର ନାମକ ଜଣେ ବ୍ୟକ୍ତି ଦଣ୍ଡ ପାଇଁ ବାହାରକୁ ଯାଇଥିବା ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଘରଟି ସମ୍ପୂର୍ଣ ଜାଳିପୋଡି ପାଉଁଶ ହୋଇ ଯାଇଥିଲା। ସେହି ଦିନଠାରୁ ସଞ୍ଜିବ କହଁର ଓ ତାଙ୍କ ପରିବାର ଭୟରେ ଗାଁ ଛାଡି ବାହାରେ ରହିବା ସହ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ସଞ୍ଜିବ କହଁରଙ୍କ ଏତଲା ଆଧାରରେ ଫିରିଙ୍ଗିଆ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇ ଯାଇଥିବାରୁ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା। ଶେଷରେ ଡେରିରେ ହେଲେ ବି ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ସେହି ଡଙ୍ଗେରିକିଆ ଗାଁର ଗୋପାଳ କହଁର ଓ ନିମନ୍ତ କହଁର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବର୍ତମାନ ମଧ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି।

Comments are closed.