ସୂଚନା ଅଧିକାରୀ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ପରିବହନ ଖଣି
ଗୋପାଳପୁର: କନିଷି ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ସମାଜସେବୀ ବିଶ୍ବମ୍ବର ପାତ୍ର (୬୨)ଙ୍କ ଚିକିତ୍ସିତ ଅବସ୍ଥାରେ ନିଜ ବାସଭବନରେ ଶନିବାର ରାତିରେ ବିୟୋଗ ଘଟିଛି। ସ୍ବର୍ଗତ ପାତ୍ରଙ୍କ ନିଜ ଗାଁ ଚାନ୍ଦପୁର ହୋଇଥିବା ବେଳେ କିଛିବର୍ଷ ହେବ କନିଷିରେ ରହି ଆସୁଥିଲେ। ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ପାତ୍ରଙ୍କ ବିୟୋଗ ଖବର ପାଇ ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ।
Comments are closed.