ପରିବହନ ମନ୍ତ୍ରୀଙ୍କ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ପରିଦର୍ଶନ
ଗୋପାଳପୁର: ରଙ୍ଗେଈଲୁଣ୍ଡା ବିମାନ ବନ୍ଦରକୁ ସବୁ ଦିନିଆ ବିମାନ ଚଳାଚଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ବନ୍ଦର ସମ୍ପ୍ରସାରଣ କାମ ଚାଲୁ ରହିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପରିଦର୍ଶନ କରି ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରଙ୍ଗେଈଲୁଣ୍ଡା ବିମାନ ବନ୍ଦରର ରନ ୱେ ୭୫୦ ମିଟର ଥିବା ବେଳେ ଜମି ଅଧିକରଣ କରି ୯ ଶହ ମିଟରର ରନ ୱେ ସମ୍ପ୍ରସାରଣ କାମ ଚାଲୁ ରହିଛି। ଏହି ବିମାନ ପଡ଼ିଆକୁ ଆର୍ମି ଏ ଡ଼ି କଲେଜ ରାସ୍ତା ପଟକୁ ବଢାଯିବ ଏବଂ ଦରକାର ପଡ଼ୁଥିବା ସରକାରୀ ଜମି ଓ ପଟ୍ଟା ଜମିକୁ ନିଜ ଅଧିନକୁ ଆଣି ୧୨୦୦ ମିଟର ଲମ୍ବ ରନ ୱେ କରାଯିବା ସହ ୮୦ ସିଟ ବିଶିଷ୍ଟ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ଜଣାପଡିଛି। ଜମି ଅଧିଗ୍ରହଣ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ବନ୍ଦରର ସମ୍ପ୍ରସାରଣ କାମ ସରିବା ପରେ ଭୁବନେଶ୍ୱର ଠାରୁ ରଙ୍ଗେଈଲୁଣ୍ଡା ଭାୟା ବିଶାଖାପାଟଣା ବିମାନ ଉଡାଣ କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏପ୍ରିଲ ୨୦୨୫ରୁ ଏଠାରୁ ବିମାନ ଉଡାଣ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିବା ସହ କମ ମୂଲ୍ୟରେ ଯାତାୟାତ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା ଚାଲିଥିବା ସୂଚନା ଦେଇଥିଲେ।
Comments are closed.