ଓଏଏସ୍ ପାଇଲେ ମନିଷା ଏବଂ ଲିପ୍ସା
ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ହାଟପଦା ସାହିରେ ରହୁଥିବା ବାପା ସ୍ୱର୍ଗତ ଗଜାନନ ମହାନନ୍ଦିଆ ଏବଂ ମାଆ ମଂଜୁଳା ମହାନନ୍ଦିଆଙ୍କ ବଡ଼ ଝିଅ ମନିଷା ମହାନନ୍ଦିଆ ଶନିବାର ପ୍ରକାଶ ପାଇଥିବା ଓ.ଏ.ଏସ୍ ପରୀକ୍ଷାରେ ୧୮୭ ରାଙ୍କ ରଖି ସଫଳ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଜ୍ଞାନରେ ଯୁକ୍ତ ୩ ଅଧ୍ୟୟନ ସାରିବା ପରେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଗସ୍ତ କରିଥିଲେ। ସେଠାରେ ରହି ବିଭିନ୍ନ ପରୀକ୍ଷା ଦେଉଥିବା ବେଳେ ନିକଟରେ ସେ ସିଏସ୍ଆଇଆର୍-ଆଇ.ଏମ୍.ଏମ୍.ଟିରେ ପ୍ରକଳ୍ପ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସମୟ ମଧ୍ୟରେ ନିଜ ଉଦ୍ୟମ ଓ ଚେଷ୍ଟାରେ ଓ, ଏ.ଏସ୍ ପାଇଁ ପ୍ରସ୍ତୁତ ହେଉଉଥିବା ବଳେ ପ୍ରଥମ ଦଫାରେ ହିଁ ସଫଳ ହୋଇଛନ୍ତି ବୋଲି ମନିଷା ପ୍ରକାଶ କରିଛନ୍ତି। ତାଙ୍କ ମାଆ ବର୍ତ୍ତମାନ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାରତ ଅଛନ୍ତି।
କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତଙ୍ଗିଆର ଲିପ୍ସା କହଁର ଓଡ଼ିଶା ପ୍ରଶାସନିକ ସେବାରେ ୬୬୩ ରାଙ୍କ ରଖି ସଫଳତା ପାଇଛନ୍ତି। ଚକାପାଦ ବ୍ଲକ ପାଇଁ ସେ ଗୌରବ ଆଣିଛନ୍ତି। ବାଲିଗୁଡ଼ା ଉଚ୍ଚ ବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇ ରୟାଲ୍ କଲେଜ ଅଫ୍ ସାଇନ୍ସ ଏଣ୍ଡ ଟେକନୋଲୋଜିର ଯୁକ୍ତ ୨ ବିଜ୍ଞାନ ଓ ଟ୍ରାଇଡ଼େଣ୍ଟ କଲେଜରେ ବିଟେକ୍ ସମାପ୍ତ କରିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ କୋପରେଟିଭ୍ ସୋସାଇଟି ଇନସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। କୌଣସି ପ୍ରକାର ପ୍ରଶିକ୍ଷଣ ନନେଇ ନିଜେ ପ୍ରରିଶ୍ରମ କରି ଆଜି ସଫଳତା ପାଇଥିବା କହିଛନ୍ତି। ବାପା ଭୁଲେଶ୍ୱର କହଁର ଜିଲା ସମାଜ ମଙ୍ଗଳ ଅଧିକାରୀ ଭାବେ କୋରାପୁଟ ଓ ନୟାଗଡ଼଼ ଜିଲାରେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି ଓ ମା ସୁକାନ୍ତି କହଁର ଜଣେ ଗୃହିଣୀ। ଲିପ୍ସା ଓ.ଏସ୍.ରେ ଉତୀର୍ଣ୍ଣ ହୋଇଥିବା ଖବର ଶୁଣି ବସ୍ତିଙ୍ଗିଆ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
Comments are closed.