କୁଲତା ସମାଜ ପକ୍ଷରୁ ଓଏଏସ ପାଇଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର କୁଲତା ସମାଜ ପକ୍ଷରୁ ସ୍ଥାନୀୟ ସାକ୍ଷୀପଡ଼ା ନିବାସୀ ତଥା ଓଏଏସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀ ରୋସନୀ ଖମାରୀଙ୍କୁ ସମ୍ବର୍ଦ୍ଧନା ରବିବାର ଦିଆଯାଇଛି। ସମ୍ବଲପୁର ଜିଲା କୁଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀଙ୍କ ଝିଅ ରୋସନୀ ଖମାରୀ ଓଏଏସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି। ଏଣୁ ଜିଲା କୁଲତା ସମାଜର ଏକ ପ୍ରତିନିଧି ମଣ୍ଡଳ ତାଙ୍କର ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରତିନିଧି ମଣ୍ଡଳରେ କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର, ଦେବୀ ପ୍ରସାଦ ଭୋଇ, ଭବାନୀଶ ଭୋଇ, ପ୍ରେମାନନ୍ଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

kalyan agarbati

Comments are closed.