www.samajalive.in
Monday, December 8, 2025
16.1 C
Bhubaneswar

ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ସମ୍ବଲପୁର ଅଧିକାରୀଙ୍କ ଡିଭିଜନସ୍ତରୀୟ ବୈଠକ 

କଣ୍ଟାବାଞ୍ଜି: ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା  କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଠାରେ ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନର ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନୁଆଁପଡା, କୋରାପୁଟ, ନବରଙ୍ଗପୁର, ମହାଶମୁନ୍ଦ, ସୋନପୁର, ବୌଦ୍ଧ ଆଦି ସମସ୍ତ ଜ଼ିଲ୍ଲାର ଟ୍ରେନ ସମ୍ବନ୍ଧୀୟ ସମସ୍ୟା, ନୂତନ ରେଲୱେ ଲାଇନ, ନୂତନ ଟ୍ରେନ ଚଳାଚଳ ବ୍ୟବସ୍ଥା, ରେଲୱେ ଷ୍ଟେସନର ସମସ୍ୟା, ଯାତ୍ରୀ ମାନଙ୍କ ସୁବିଧା, ଜନସାଧାରଣଙ୍କ ସୁବିଧା ବିଷୟରେ ସାଂସଦଗଣ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମହାଶମୁନ୍ଦ ଲୋକସଭା ସାଂସଦ ରୂପ କୁମାରୀ ଚୌଧୁରୀ ଏବଂ ଇଷ୍ଟ କୋଷ୍ଟ ରେଲୱେର ମହା ପ୍ରବନ୍ଧକ, ଡିଆରଏମ ସମ୍ବଲପୁର ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରାମର୍ଶ ଦେଇ କହିଲେ ଯେ ବଲାଙ୍ଗିର ନୂଆପଡା ଭାୟା ଢୁଲୁସର, ଚୂଡ଼ାପାଲି, ଭଇଂସା, ପାଟଣାଗଡ, ଗମ୍ଭାରୀ, ଖପ୍ରାଖୋଲ, ଲଖନା ନୂତନ ରେଲୱେ ଲାଇନର ଚୂଡାନ୍ତ ସର୍ଭେ ସରିଛି, ରେଲୱେ ବୋର୍ଡକୁ ଡିପିଆର ଯାଇଛି ତେଣୁ ଭୂମି ଅଧିଗ୍ରହଣ କରି ରେଲୱେ ଲାଇନ ନିର୍ମାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଣ୍ଟାବାଞ୍ଜି ରେଳ ୱାଗନ ୱାର୍କସପର ଭିତ୍ତି ପ୍ରସ୍ତର ସ୍ଥାପନର ୧0 ମାସ ବିତିଗଲାଣି ତେଣୁ ୱାଗନ ଫେକ୍ଟ୍ରି କାର୍ଯ୍ୟକ୍ଷମ କରିବା,ବଲାଙ୍ଗିର ବରଗଡ଼ରୁ ଭୁବନେଶ୍ୱର ଏବଂ ଦିଲ୍ଲୀକୁ ଯିବା ପାଇଁ ଟ୍ରେନ ସୁବିଧା, ପୁରୀ ସମ୍ବଲପୁର ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ, ସମତା ଏକ୍ସପ୍ରେସ ଟ୍ରେନକୁ ଜାମ୍ମୁ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରେଲୱେ ଷ୍ଟେସନରେ ଲିଫ୍ଟ ବ୍ୟବସ୍ଥା, ଦେଓଗାଁ ଷ୍ଟେସନ ରେ ଇସ୍ପାତ ଟ୍ରେନ ରହଣି, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିରରୁ ଦିଲ୍ଲୀ ପ୍ରୟାଗରାଜକୁ ସିଧା ଟ୍ରେନ ଚଳାଚଳ, ସମ୍ବଲପୁର ବେଙ୍ଗାଲୁର ଏକ୍ସପ୍ରେସ ଟ୍ରେନକୁ ମହୀଶୂର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭବାନୀପାଟଣାରୁ ନୂଆଦିଲ୍ଲୀକୁ ଟ୍ରେନ ଚଳାଚଳ, ଯାତ୍ରୀ ମାନଙ୍କ ସୁବିଧା ପାଇଁ ରାୟପୁର ସିକନ୍ଦରବାଦ ଟ୍ରେନକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିନା ରେଜିଷ୍ଟ୍ରେସନରେ ଦାଦନ ଚାଲାଣ ରୋକିବା ପାଇଁ ରେଲୱେ ଷ୍ଟେସନ ମାନଙ୍କରେ କଡାକଡି ଯାଞ୍ଚ, ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଲିଫ୍ଟ ବ୍ୟବସ୍ଥା, ଟିଟିଲାଗଡ଼ ସିରଭଟା ପଡ଼ା ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ବ୍ୟବସ୍ଥା କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories