www.samajalive.in
Sunday, December 7, 2025
23.1 C
Bhubaneswar

ଓଏଏସ ପରୀକ୍ଷାରେ ପଞ୍ଚମ ସ୍ଥାନରେ ବୌଦ୍ଧ ଜିଲାର ଆଜାଦ ସାହୁ

ଘଣ୍ଟାପଡା: ୨୦୨୨ ମସିହାର ଓଏଏସ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଓପିଏସସି ପରିଚାଳିତ ଓଡିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ପଞ୍ଚମ ରାଙ୍କରେ କୃତିତ୍ୱ ଅର୍ଜନ କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମର ୨୪ବର୍ଷୀୟ ଯୁବକ ଆଜାଦ ସାହୁ। ସେ ଅତି ନମ୍ର ଓ ସରଳ ସ୍ଵଭାବର ବ୍ୟକ୍ତି ଏବଂ ଛୋଟ ବେଳୁ ପାଠପଢା ପ୍ରତି ଖୁବ ଯତ୍ନଶୀଳ। ୨୦୧୪ରେ ସାହାରା ହାଇସ୍କୁଲ ସୋନପୁରରୁ ମ୍ୟାଟ୍ରିକ ପାସକଲା ପରେ ୨୦୧୬ରେ ଯୁବୋଦୟ କଲେଜ ବଲାଙ୍ଗିରରୁ ଯୁକ୍ତ ଦୁଇ ପାସ ଓ ୨୦୧୯ରେ ରାଜେନ୍ଦ୍ର କଲେଜ ବଲାଙ୍ଗିରରୁ ଯୁକ୍ତ ତିନି ପାସ କରିଛନ୍ତି। ୨୦୨୧ରେ ଉତ୍କଳ ୟୁନିର୍ଭସିଟି ଭୁବନେଶ୍ୱରରୁ ପିଜି ପାସ କରି ଦୁଇ ବର୍ଷ ହେବ ଦିଲ୍ଲୀରେ ରହି ଓପିଏସସି ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କ ବାପା ଦିଗାମ୍ବର ସାହୁ ଜଣେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଏବଂ ମାଆ ଭୋଲେଶ୍ୱରୀ ସାହୁ ଜଣେ ସୁଗୃହିଣୀ ଅଟନ୍ତି। ଆଜାଦ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଦିନକୁ ୭ଘଣ୍ଟା ପରିଶ୍ରମ କରି ଏନସିଆରଟି, କରେଣ୍ଟ ଆଫୟାର ଆଦି ଉପାଦେୟ ପୁସ୍ତକ ପଠନ କରିବା ସହ ଇଂରାଜୀ ଖବର କାଗଜ ମଧ୍ୟ ପଢୁଥିଲେ। ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ସଫଳତାର ଶ୍ରେୟ ନିଜ ବାପା ମାଆ ସମେତ ବଡ଼ ଭଉଣୀ କଲ୍ୟାଣୀ ଓ ଲିଜାଲିଂ ଏବଂ ବଡଭାଇ ଆକାଶକୁ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ୟୁପିଏସସି ପରୀକ୍ଷା ଦେଇ ଆଇପିଏସ ଅଧିକାରୀ ହେବାର ସ୍ବପ୍ନ ଦେଖୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories