www.samajalive.in
Monday, December 8, 2025
14.1 C
Bhubaneswar

ବ୍ଲକସ୍ତରୀୟ ଗୀତାବୃତ୍ତି ପ୍ରତିଯୋଗୀତା

ବାସୁଦେବପୁର: ବାସୁଦେବପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହନୁମାନ ବାଟିକାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଚାରିଗୋଟି ବିଭାଗରେ ବିଭିନ୍ନ ବିଦ୍ୟାଳୟର ମୋଟ ୧୩୦ ଜଣ ଛାତ୍ରୀଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ବରିଷ୍ଠ ଶିକ୍ଷାବିତ ଭଗବାନଚନ୍ଦ୍ର ମିଶ୍ର, ଲୋକନାଥ ଶତପଥୀ, ନିରଞ୍ଜନ ଧୂପାଳ, ବିପଦଭଞ୍ଜନ ପାଢୀ, ପିତାମ୍ବର ତ୍ରିପାଠୀ, ବୁଦ୍ଧିରାମ ବେହେରା, ଶାନ୍ତିଲତା ମଣ୍ଡଳ, ଦମୟନ୍ତି ପାଣି, ସଦାନନ୍ଦ ପାଣିଗ୍ରାହୀ, ଶରତ ମହନୀ ପ୍ରମୁଖ ଯୋଗ ଦେଇ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଶ୍ଳୋକ ଆବୃତ୍ତିର ସଠିକ ମୂଲ୍ୟାଙ୍କନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ପ୍ରତିଯୋଗୀତାର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସୁଦର୍ଶନ ଅଗସ୍ତି ଓ ଅଧ୍ୟାପକ ନିରଞ୍ଜନ କୁମାର ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ଗୀତାପାଠର ଆବଶ୍ୟକତା ଓ ଆଧ୍ୟାତ୍ମିକତା ଜୀବନ ଉପରେ ମାର୍ଗଦର୍ଶନ କରାଇଥିଲେ। ବାଇଚଢେଇର ସଂପାଦକ କବି ବିକାଶ କୁମାର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା। ବ୍ଲକ ସଂଯୋଜକ ମଧ୍ୟସୁଦନ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories