bjd gruha runa banner

ନଳକୂପ ଅଚଳ, ସୋଲାର ପାଣି ଟାଙ୍କି ସାଜିଛି ସାହା ଭରସା

mission shakti banner

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅନ୍ତର୍ଗତ ଖଡ଼କାପଦର ଗାଁରେ ଥିବା ସମସ୍ତ ୩ଟି ନଳକୂପଟି ଦୀର୍ଘ ୫ମାସରୁ ଉର୍ଦ୍ଧ୍ବ ସମୟ ହେଲା ଅଚଳ ହୋଇ ପଡ଼ି ରହିଥିବା ଅଭିଯୋଗ ହୋଇଛି। ଏହି ନଳକୂପ ଉପରେ ଗାଁର ପାଖାପାଖି ୬୫ଜଣ ପରିବାର ଓ ଜନସଂଖ୍ୟା ପ୍ରାୟ୪୦୦ ଜଣ ଲୋକେ ନିର୍ଭର କରିଥାନ୍ତି। ନଳକୂପ କୁ ମରାମତି କରିବା ପାଇଁ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ମଚାରୀ ମାନେ ମରାମତି କରିବା ପରିବର୍ତ୍ତେ ପଂଚାୟତ କର୍ମକର୍ତ୍ତା ନିଜ ନିଜ ଉପରେ ଦୋଷ ଦେଖାଇ ନିରବ ରହିଛନ୍ତି। ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିନୋଟି ନଳକୂପରୁ ଦୁଇଟି ନଳକୂପ ଅଚଳ ଆଉ ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରୁଛି ଯାହା ପିଇବା ପାଇଁ ଉପଯୋଗୀ ହେଉନାହିଁ। ଗାଁରେ ଥିବା ସୋଲାର ପାଣି ଟାଙ୍କିର ପାଣିକୁ ଭରସା କରି ଚଳୁଥିଲେ ମଧ୍ୟ ଅଧିକାଂଶ ଦିନ ସୋଲାର ଚାଳିତ ପାଣି ଟାଙ୍କିରୁ ପାଣି ଅ।ସୁନି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଖଡ଼କାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ନଳକୂପ ମଧ୍ୟ ସମାନ ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ନଳକୂପଟି ଦୀର୍ଘ ମାସ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି। ସାହି ବାସିନ୍ଦା ଓ ବିଦ୍ୟାଳୟ କମିଟି ସରପଞ୍ଚ ଏବଂ ପଂଚାୟତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ ନଳକୂପ ପାଇପ୍ ନାହିଁ ନଲ କହି କର୍ଣ୍ଣପାତ କରୁନଥିବା କହିଛନ୍ତି। ବେଳେବେଳେ ଗାଁ ନିକଟରେ ଥିବା ନଦୀ ଏବଂ ଝରଣାରୁ ଲୋକେ ପିଇବାପାଣି ସଂଗ୍ରହ କରୁଛନ୍ତି। ନଦୀ ଓ ଝରଣା ପାଣି ବିଶୁଦ୍ଧ ନ ଥିବାରୁ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ଗତ ଅକ୍ଟୋବର ୧୮ତାରିଖରେ ଏହି ଖଡ଼କାପଦର ଗାଁର ଲୋକେ ମଧ୍ୟ୍ୟ ଝାଡାବାନ୍ତି ଆକ୍ରାନ୍ତ ହେଇଥିଲେ ଏବଂ ଅନେକ ଲୋକ ଆକ୍ରାନ୍ତ ହୋଇ ମଧ୍ୟ୍ୟ ମେଡିକାଲରେ ଚିକିତ୍ସା ହୋଇଥିଲେ।

Comments are closed.