www.samajalive.in
Sunday, December 7, 2025
14.1 C
Bhubaneswar

ଓଡିଆ ଅସ୍ମିତା ଏବଂ ଭାଷାଭିତିକ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ମାସାନ୍ତ ସାହିତ୍ୟ ଆସର ଓ ଏବଂ ଓଡିଆ ଅସ୍ମିତା ଭିତିକ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଳକ ପିରୁକୁଡି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଆଗ୍ରହ ଜନ୍ମାଇବା ସହ ସେମାନଙ୍କ ମନରେ ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, କବିତା ଗଳ୍ପ ଲିଖନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ୫ ଏହି ପ୍ରୟାସ ଜାରି ରହିଛି। ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପଠନ ସ୍ଫୃହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ ସଭାପତି ଶରତଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଦସ୍ୟ ସୋମନାଥ ସାହୁ, କଳ୍ପନା ରାଣୀ ପାତ୍ର ସୁଶ୍ରୀ ଶିବାନୀ ସୁଆର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ପୃକ୍ତ ବିଦ୍ୟାଳୟ ଗ୍ରନ୍ଥାଗାରକୁ ବନଜ୍ୟୋସ୍ନା ତରଫରୁ ପ୍ରଶସ୍ତି ପତ୍ର ଏବଂ ବିଭିନ୍ନ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା। ବୈଠକରେ ବିଦ୍ୟାଳୟର ଶିକ୍ଷକ ମାଧବ ଚନ୍ଦ୍ର କଟା, ନଶୀବ କୁମାର ପ୍ରଧାନ, ଶଂଘମିତ୍ରା ମହାକୁଡ, ବବିତା ସାହାଣୀ, ସସ୍ମିତା ସାବତ, ଏମ.ବି ଆଲକାନ୍ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories