www.samajalive.in
Monday, December 8, 2025
14.1 C
Bhubaneswar

ଫୁଲବାଣୀ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦିବସ ଅବସରରେ ସକାଳେ ରାମଧୁମ୍‌‌ ଓ ସହରରେ ଥିବା ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତ୍ତକା ଉତ୍ତୋଳନ କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ ସହିତ, ଜିଲା କାରାଗାରରେ କ୍ରୀଡ଼ା ସାମଗ୍ରୀ ବଣ୍ଟନ ଓ ସୁଧାର ଗୃହ ଏବଂ ବୃଦ୍ଧାଶ୍ରମରେ ସାଲ୍‌‌ ବଣ୍ଟନ ପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାହୀ ଅଧିକାରୀ ସୁଜିତ୍‌‌ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ପାୟେଲ୍‌‌ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାଉନସିଲର ମୃତ୍ୟୁଞ୍ଜୟ ପେରା, ସ୍ନେହଲତା ପ୍ରଧାନ, ସୁଶ୍ରୀ ବିରଜା କହଁର, ନିବେଦିତା ପାତ୍ର, ଟୁନି ସେଠୀ, ରାଜେନ୍ଦ କୁମାର ପାଢ଼ୀ, ଶ୍ରୀବତ୍ସ ବେହେରା, ବସନ୍ତ କୁମାର ସାହାଣୀ ଏବଂ ସୁଶ୍ରୀ ମାଧବୀ ମିଶ୍ର ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ପରେ ବିଭିନ୍ନ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ସ୍ୱାସ୍ଥ୍ୟ ସାଥି, ସାନିଟେସନ୍‌‌ ସହିତ ପୌର ପରିଷଦର କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଶ୍ରେଷ୍ଠ କର୍ମଚାରୀ ଭାବେ ଶଙ୍କର ପ୍ରସାଦ ପଣ୍ଡା ଓ ଅଲୋକନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଭାବେ କର୍ମଚାରୀ ଅଭିଶେକ ମହାନ୍ତି, ଅମ୍ବିକା ବେହେରା, କୁଞ୍ଜ ଚୌଧୁରୀ, ପଦ୍ମାଳୟା ସେଠୀ, ସୁଧାକର ବେହେରା, ନମିତା ବେହେରା, ସୁଜାତା ଦିଗାଲ, ସୁଲୋଚନା ମୁଖୀ, ମୋହିନୀ ମୁଖୀ, ଶାନ୍ତିଲତା ବେହେରା ଓ ନିରଞ୍ଜନ ନାୟକ, ରୁକୁମୁଣି ବେହେରା, ସୁରଥ ନାୟକ ଏବଂ ଶ୍ରେଷ୍ଠ ସୁପରଭାଇଜର ଭାବେ ରଂଜନ କୁମାର ସାହୁ ଓ ଅନିଲ୍‌‌ କୁମାର ମୁଖୀଙ୍କ ଅତିଥି ଭାବେ ପୁରସ୍କୃତ କରିଥିଲେ। ସେହିଭଳି ଅନୁଷ୍ଠିତ ଫୁଟବଲ୍‌‌ ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌‌ ଦହ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌‌ରେ ବିଜୟୀ ପୌର ପରିଷଦ-୧୧ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୌର ପରିଷଦର କେ.ସତ୍ୟମ୍‌‌, ସୌମ୍ୟ ରଂଜନ ପାତ୍ର, ସୁରଜ କୁମାର ବେହେରା, ଦେବବ୍ରତ ଧିର ବିଶୋୟୀଙ୍କ ସମେତ ସମସ୍ତ ର୍କମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories