ପାତ୍ରପୁର: ପାତ୍ରପୁର ବ୍ଳକ ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ଦୁର୍ଗମ କୁରୁଗୁଡ ଗ୍ରାମ ଠାରୁ ବାଦୁଆ ଯିବା ରାସ୍ତାରେ ଗଛ ଭାଙ୍ଗି ପଡିବା ଫଳରେ ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି। ଗତ ଚାରି ଦିନ ଧରି ଲଗାଣ ବର୍ଷା ଫଳରେ ଏହି ରାସ୍ତା ପାର୍ଶ୍ବରେ ଥିବା ଏକ ଶୁଖିଲା ଶିମୁଳି ଗଛ ଭାଙ୍ଗି ପଡିଛି। ଫଳରେ ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି। ପାହାଡ଼ ଉପରେ କୁରୁଗୁଡ ଗ୍ରାମ ରହୁଥିବା ବେଳେ ଏହି ଗ୍ରାମର ଲୋକମାନେ ପଞ୍ଚାୟତକୁ ଯିବାକୁ ହେଲେ ଗ୍ରାମ ଠାରୁ ବାଦୁଆ ଯାଇ ଘାଟି ରାସ୍ତା ପାର ହେବାକୁ ପଡୁଛି।ତେବେ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଏହି ବଡ ଗଛଟି ଭାଙ୍ଗି ପଡିବା ଯୋଗୁଁ ଲୋକଙ୍କ ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି।
Popular Categories



