www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ଭଗବାନ କଲୋନୀରେ ଜନ୍ମାଷ୍ଟମୀ ଉତ୍ସବ ମୁଖର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଶାସ୍ତ୍ରୀନଗର ସ୍ଥିତ ଭଗବାନ କଲୋନୀରେ ମଧ୍ୟ ଅତି ହର୍ଷ ଉଲ୍ଲାସରେ ପ୍ରତି ବର୍ଷ ଭଳି ପାଳିତ ହୋଇଛି ଜନ୍ମାଷ୍ଟମୀ। ଏହି ଜନ୍ମାଷ୍ଟମୀ ଅବସରରେ କଲୋନୀର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ, ରାଧା, ବଳରାମ, ଗୋପାଳ ପୁଅ ଆଦି ବେଶରେ ସଜ୍ଜିତ ହୋଇ ଅତି ଆନନ୍ଦର ସହିତ ଏହି ପର୍ବକୁ ପାଳନ କରିଥିଲେ। କଲୋନୀରେ ଚାରିଆଡ଼େ ଆମ୍ବତୋରଣ ଓ ରଙ୍ଗୀନ କାଗଜରେ ସୁସଜ୍ଜିତ କରାଯାଇଥିଲା। ଏହି ଦିନ ପାଇଁ ପିଲାଙ୍କ ମନରେ ଅନେକ ଦିନରୁ ଉତ୍ସାହ ଭରି ରହିଥାଏ। ଏହି ଜନ୍ମାଷ୍ଟମୀରେ ତେଜସ୍ମାନ ମେହେର, ଶ୍ରେୟାନ୍ସ ସାହୁ, ନମେଶ ରଣା, ପ୍ରତ୍ୟୁଷ କୁଲଶ୍ରୀ କୃଷ୍ଣ ବେଶ, ପ୍ରୀୟାଂଶି କୁଲୁଶ୍ରି, ଆଦ୍ୟାସା ବିଷୋୟୀ ରାଧା ଓ ଆରୁସ ବିଷୋୟୀ ଗୋପାଳ ପୁଅ ବେଶରେ ସୁସଜ୍ଜିତ ହୋଇଥିଲେ।ପରେ ସନ୍ଧ୍ୟା ସମୟରେ ଉପବାସ କରିଥିବା ମହିଳା ମାନଙ୍କର ଜନ୍ମାଷ୍ଟମୀ ବ୍ରତ ପୂଜା ଆରମ୍ଭ ହୋଇଥିଲା। ବ୍ରାହ୍ମଣଙ୍କ ଦ୍ବାରା ଜନ୍ମାଷ୍ଟମୀ କଥା ପାଠ କରାଯାଇଥିଲା।ଏହା ପରେ ଶ୍ରୀ କୃଷ୍ଣଙ୍କ ପାଇଁ ସଜ୍ଜିତ ହୋଇଥିବା ଦୋଳିରେ କୃଷ୍ଣଙ୍କୁ ଝୁଲାଇ ସମସ୍ତେ ମିଶି ଦୋଳି ଝୁଲା ଗୀତ ଗାଇ ଅତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପୂଜା ପରେ କଲୋନୀ ରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ଅତାବିରା ଅଞ୍ଚଳର ପୁର ପଲ୍ଲୀରୁ ଆରମ୍ଭ ହୋଇ ସହର ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହେବା ସହ ଅନେକ ସ୍ଥାନରେ ନଗର ସଙ୍କୀର୍ତ୍ତନ ରେ ଗଗନ ପବନ ଉଛୁଳି ଉଠିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories