ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର
ଆଠଗଡ: ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅଧିନ ପାଟେଣୀଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଶୁକ୍ରବାର ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସେବା ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୦୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ଚକ୍ଷୁ ରୋଗର ପରୀକ୍ଷା, ଚିକିତ୍ସା ଓ ଔଷଧ ବଣ୍ଟନ ସହ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା। ପ୍ରାରମ୍ଭରେ ଏକ ଯୋଗ ଶିବିର ଆୟୋଜନ କରାଯାଇ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଯୋଗର ଉପକାରିତା ସମ୍ପର୍କରେ ଯୋଗ ପ୍ରଶିକ୍ଷକ ବୁଝାଇଥିଲେ। ପାଟେଣୀଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଡାକ୍ତର ପ୍ରଦୀପ କୁମାର ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡାକ୍ତର ନିଶାକର ପଟ୍ଟନାୟକ ଓ ଡାକ୍ତର ରାଧାକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ଡାକ୍ତର ପ୍ରଭାକର, ଡାକ୍ତର ସସ୍ମିତା ଗୁମାନସିଂଙ୍କ ସମେତ କୃଷ୍ଣଚନ୍ଦ୍ର ବେହେରା, ଶିବରାମ ରାଉତ, ଦେବେନ୍ଦ୍ର ତ୍ରିପାଠୀ, ଜୟକୃଷ୍ଣ ପରିଡା, ଜ୍ୟୋତିକାନ୍ତ, ମଞ୍ଜୁଲତା ରାଉତ ଓ ଅନ୍ୟମାନେ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Comments are closed.