ପାରଳା ମହାରାଜ ଇଞ୍ଜିନିୟରିଂ କଲେଜରେ ଆଲୋଚନା ଚକ୍ର
ଗୋପାଳପୁର: ନୂତନ କେନ୍ଦ୍ରୀୟ ଅର୍ଥ ବଜେଟ ଉପରେ ଏକ ଆଲୋଚନା ଚକ୍ର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ ପରିସରରେ ଏନ ଏସ ଏସ ପକ୍ଷରୁ ଆୟୋଜିତ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଧାପକୁ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇ କେନ୍ଦ୍ରୀୟ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଡ଼. ଚିତ୍ତରଞ୍ଜନ ମଲ୍ଲିକ ଓ ରନୁମୟୀ ସିଂ, ଅଧ୍ୟାପକ ଡ଼. ଜ୍ଞାନ ରଞ୍ଜନ ମହାନ୍ତି ମଞ୍ଚାସିନ ର଼ହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
Comments are closed.