ଅତାବିରା ବ୍ଲକରେ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ବ୍ଲକସ୍ତରୀୟ ତ୍ରି-ଦିବସୀୟ ପ୍ରୟୋଗ ପ୍ରଶିକ୍ଷଣ ଶିକ୍ଷକ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିରର ପ୍ରଥମ ଦିବସରେ ପରିଚୟ ପ୍ରଦାନ, ଅଭିଜ୍ଞତା ବଣ୍ଟନ, ପ୍ରାକ୍ ପରୀକ୍ଷଣ, ମୌଳିକ ସ୍ତରରେ ବିକାଶର ଲକ୍ଷ୍ୟ ଓ ଶିକ୍ଷଣ ଦକ୍ଷତା, ଯାଦୁ ପେଡ଼ି, ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା ଆଦି ଉପରେ ଆଲୋଚନା ହୋଇଥିଲା। ଦ୍ଵିତୀୟ ଦିବସରେ ପଠନ, ଲିଖନ, ଡି କୋଡ଼ିଂ, ବହୁ ଶ୍ରେଣୀୟ ଭାଷା ଶିକ୍ଷଣ, ମୌଳିକ ସଂଖ୍ୟା ଜ୍ଞାନର କୌଶଳ ଓ ତୃତୀୟ ତଥା ଶେଷ ଦିନରେ ଜିକେଏକିଡ, ଏନସିଆରଟି କିଟ, ବିଲ୍ଡିଂ ବ୍ଲକ ଆପ୍, ବହୁ ଶ୍ରେଣୀୟ ଗଣିତ ଶିକ୍ଷଣ, ଯୋଜନା ପ୍ରସ୍ତୁତି, କାର୍ଯ୍ୟକ୍ରମର ସଂକ୍ଷେପଣ ଓ ପରବର୍ତ୍ତୀ ପରୀକ୍ଷଣ ଉପରେ ଗୁରୁତ୍ବ ଦେଇ ତାଲିମ ଦିଆଯାଇଥିଲା। ବହୁମୁଖି ଶିକ୍ଷାଦାନ କାର୍ଯ୍ୟକ୍ରମ ଉପରେ ଗଣିତ ଶିକ୍ଷା ଭିତ୍ତିକ ରୁମକୁ ଝୁମାନା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।

ତାଲିମର ଦ୍ଵିତୀୟ ଦିବସରେ ସହକାରୀ ନିର୍ଦ୍ଦେଶକ ହିମାଂଶୁ ଓଝା, ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଡିପିସି ଯ୍ୟୋତିକାନ୍ତ ସାହୁ ବରଗଡ଼ରୁ ପରିଦର୍ଶନ କରି ତାଲିମର ଉଦ୍ଦେଶ୍ୟ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ। ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଅତାବିରା ଉଚ୍ଚ ବିଦ୍ୟାଳୟ ଓ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଆଦି ତିନୋଟି ଶିବିର ରେ ଏହି ପ୍ରଶିକ୍ଷଣ ଦିଆଯାଉଥିଲା। ପ୍ରଧାନଶିକ୍ଷକ ସୁରେନ୍ଦ୍ର ବେହେରା, ମନୋଜ ହରପାଲ, ଅଦନ ସୁନା, ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କ ତତ୍ତ୍ଵାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୯ ଜଣ, ଅତାବିରା ଉଚ୍ଚ ବିଦ୍ୟାଳୟରେ ୪୩ ଜଣ ଓ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଠାରେ ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ। ସିଆରସିସି ସିତାପତୀ ପ୍ରଧାନ, କିଚକ ସୁନା, ଭକ୍ତ କହ୍ନେଇ, କୃତାର୍ଥ ଭୁଏ, ରାଜୀବ ବିଶ୍ଵାଳ, ଜୟଦେବ ନାୟକ, ରଶ୍ମୀ ରାଣୀ ନନ୍ଦ, ଧରମ ନାଏକ, ନୃପ ଭୁଏ ଓ ରଞ୍ଜନ ବାଗ ପ୍ରଶିକ୍ଷକ ରୂପେ ତାଲିମ ଦେଇଥିଲେ। ସିଆରସିସି ଋଷୁଭ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.