ବୌଦ୍ଧ: ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀଛାତ୍ରୀଙ୍କୁ ଅମାନୁଷିକ ଭାବରେ ବଳତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଘଟଣାରେ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ବୌଦ୍ଧର ପରିଷ୍ଠ ନାଗରିକ ମଞ୍ଚ ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଘଟଣାର ପ୍ରତିବାଦ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏହାବ୍ୟତୀତ ପଶ୍ଚିମବଙ୍ଗରେ ଓଡ଼ିଶାର ଟ୍ରକ ମାଲିକଙ୍କ ପ୍ରତି ବାଙ୍ଗଲାଦେଶୀ ଏବଂ ସମର୍ଥକଙ୍କ ଦ୍ୱାରା ଅତ୍ୟାଚାର ଘଟଣାକୁ ନେଇ ଟ୍ରକମାଲିକ ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହିତ ତୁରନ୍ତ ଏହା ବନ୍ଦ ହେବା ଆବଶ୍ୟକ ବୋଲି ଦାବି କରାଯାଇଥିଲା। ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟଠାରୁ ଏହି ଶୋଭାଯାତ୍ରା ବାହାରି ଗାନ୍ଧୀଛକଠାରେ ସମାପ୍ତ ହୋଇଥିଲା।
Popular Categories



