ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ବନସ୍ପତି ସର୍ବେକ୍ଷଣ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ
ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ କଲିକତା ସ୍ଥିତ ବଟନିକାଲ ସର୍ଭେ ଅଫ ଇଣ୍ଡିଆ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଉଦ୍ଭିଦ ବିଜ୍ଞାନ ବିଭାଗର ଡ଼. ମୃତ୍ୟୁଞ୍ଜୟ ଜେନା, ପଦ୍ମ ଲୋଚନ ହେମ୍ବରମ ଉପସ୍ଥିତ ଥିବା ବେଳେ କଲିକତା ସ୍ଥିତ ବଟନିକାଲ ସର୍ଭେ ଅଫ ଇଣ୍ଡିଆର ଅତିରିକ୍ତ ନିର୍ଦ୍ଧେଶକ ଡ଼. ସୁଧାଂଶୁ ଶେଖର ଦାଶ, ବୈଜ୍ଞାନିକ ଡ଼. ସୁଦୀପ୍ତ କୁମାର ଦାଶ ଉପସ୍ଥିତ ରହି ଚୁକ୍ତିପତ୍ର ସ୍ବାକ୍ଷର କରି ଉଭୟଙ୍କ ମଧ୍ୟରେ ଆଦାନ ପ୍ରଦାନ କରିଥିଲେ। ଏହି ଚୁକ୍ତି ଦ୍ୱାରା ଉଭୟ ଅନୁଷ୍ଠାନର ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ମାନେ ପାଠ ପଢିବା ସହ ପଢାଇବା, ପି ଏଚ ଡ଼ି ଏବଂ ପୋଷ୍ଟ ଡ଼କ୍ଟରାଲ ଡିଗ୍ରୀ ସାଟିଫିକେଟ ପାଇଁ ପଞ୍ଜିକୃତ କରି ପାରିବେ।
Comments are closed.