ରାମନାଗୁଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାମନାଗୁଡ଼ା ବ୍ଲକର ୧୨ଟି ପଞ୍ଚାୟତରୁ ୩୦ ଜଣ ଗୋପାଳକ ଯୋଗଦାନ କରିଥିଲେ। ଗୁଣୁପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାମନଗୁଡା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ନାନନ୍ଦ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହିତ ବ୍ରୁସେଲୋସିସ ରୋଗ ଉପରେ ଆଲୋକପାତ କରିଥିଲେ। ତାପରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ଏହି ରୋଗର କାରଣ, ଲକ୍ଷଣ ଓ ଏହାର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା (ଟୀକା) ଶ୍ରେୟସ୍କର ବୋଲି ମତ ପ୍ରକାଶ କରିଥିଲେ।
Popular Categories



