www.samajalive.in
Sunday, December 7, 2025
26.1 C
Bhubaneswar

ସମାଜ ପ୍ରଭାବ: ସୋନିଆଙ୍କୁ ମିଳିଲା ହୁଇଲ ଚେୟାର ସହ ସହାୟତା ପ୍ରତିଶ୍ରୁତି

ରେଙ୍ଗାଲିକ୍ୟାମ୍ପ: ଅତାବିରା ମିନକେତନ ନଗର ,ୱାର୍ଡ ନଂ ୭ରେ ରହନ୍ତି ଏକା ମେହେର ଓ ପତ୍ନୀ ମମତା ମେହେରଙ୍କ ଏକମାତ୍ର ଝିଅ ସୋନିଆ, ଯିଏ କି ଜନ୍ମରୁ ଶତ ପ୍ରତିଶତ ଶାରୀରିକ ଓ ମାନସିକ ଅକ୍ଷମ। ଏକା ମେହେର ମିଠା ଦୋକାନରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାରର ଗୁଜୁରାଣ ମେଣ୍ଟେ। ଝିଅ ପାଇଁ ପତି ପତ୍ନୀଙ୍କ ମନରେ ସବୁବେଳେ ଦୁଃଖ। ମମତାଙ୍କ ରାସନ୍ କାର୍ଡ ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନି ପରିବାରଙ୍କୁ। ଏ ନେଇ ଗତ ୧୪ ତାରିଖରେ ସମାଜ ଖବର କାଗଜରେ ଏକ ଖବର ପ୍ରକାଶିତ ହୋଇଥିଲା। ସେହି ଦିନ ଉକ୍ତ ଖବରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟ୍ୱିଟ କରିଥିଲେ ଜିଲ୍ଲାର ତିନି ଜଣ ଯୁବକଯୁବତୀ ରମେଶ ମେହେର, ଦିପା ବାରିକ୍ ଓ ମନୋଜ କନ୍ଧେର।

ଫଳରେ ସେହି ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏନଏସି କର୍ତ୍ତୃପକ୍ଷ ପରିବାରକୁ ଫୋନ ମାଧ୍ୟମରେ ଡକାଇ ସ୍ଵାଧୀନତା ଦିବସ (ଅଗଷ୍ଟ ୧୫) ଅବସରରେ ସୋନିଆଙ୍କୁ ଏକ ହୂଇଲ୍ ଚେୟାର ପ୍ରଦାନ କରିଥିଲେ। ଏହା ବ୍ୟତୀତ ସରକାରୀ ନିୟମ ବିଧିରେ ଯାହା ସବୁ ସମ୍ଭବ, ସେହି ସବୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, କାଉନସିଲର ବିଲସ ଯୋନପୁରୀ ତଥା ଏନଏସିର କର୍ତ୍ତୃପକ୍ଷ ପରିବାର ବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପରେ ସୋନିଆଙ୍କ ପିତାମାତା ମନରେ କିଛିଟା ଆଶ୍ଵସ୍ଥି ଅନୁଭବ କରୁଛନ୍ତି। ତେବେ ଆଗକୁ ଦେଖାଯାଉ ସୋନିଆଙ୍କ ପାଇଁ ମିଳିଥିବା ପ୍ରତିଶ୍ରୁତି ପାଳନ ହେଉଛି ନା ପ୍ରତିଶ୍ରୁତିରେ ହିଁ ରହିଯାଉଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories