ଚାଷ ଜମି ସମସ୍ୟାକୁ ନେଇ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅର୍ନ୍ତଗତ ହୋତାପାଲି ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କୁ ଚାଷ ଜମି ସମ୍ୟା ସର୍ମ୍ପକରେ ଅଭିଯୋଗ କରିଛନ୍ତି। ସେମାନେ ପ୍ରାୟ ୧ ଶହ ବର୍ଷ ହେବ ସେଠାରେ ରହି ଆସୁଥିବା ବେଳେ ୫୦ ଏକରରୁ ଉର୍ଦ୍ଧ ଜମିରେ ଚାଷ କରି ପରିବାର ପୋଷଣ କରୁଛନ୍ତି। ତେବେ ଧମା ସମବାୟ ସମିତିର ଏହି ଜମି ହୋଇଥିବାରୁ ସମିତି ପକ୍ଷରୁ ଏକ ପ୍ରକଳ୍ପ ପାଇଁ ଏଠାରେ ଜମି ମାପ କରାଯାଉଛି। ଏଣୁ ଗ୍ରାମବାସୀଙ୍କୁ ସେମାନଙ୍କର ଜୀବିକା ହରାଇବା ସହିତ ପରିବାର ପୋଷଣରେ ବିରାଟ ସମସ୍ୟା ହେବ। ଏଣୁ ଉକ୍ତ ସରକାରୀ ଜମିରେ ଚାଷ କରିବାକୁ ଅନୁମତି ଦେବା ସହିତ ଦଖଲ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଆନନ୍ଦ କଲେତ, ସଦାନନ୍ଦ କଲେତ, ମଙ୍ଗଳ ଟପ୍ନୋ, ରବୀନ୍ଦ୍ର ପୃଷ୍ଟି, ଜଗନ୍ନାଥ ପଧାନ, ସାନିଆ ସ୍ୱାଇଁଙ୍କ ସମେତ ଅନ୍ୟମାନଙ୍କର ଦସ୍ତଖତ ରହିଛି।

Comments are closed.