ଧରଣୀଧର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମ
କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ବୁଧବାର ଠାରୁ ସଂସ୍କୃତ ସପ୍ତାହ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ବକୃତା, ପ୍ରବନ୍ଧ ଓ ଶ୍ଳୋକ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସେଲଫି ପଏଣ୍ଟର ଉଦ୍ଘାଟନ କରିଥିଲେ। ସଂସ୍କୃତ ସପ୍ତାହକୁ ସ୍ମରଣୀୟ କରିବା ପାଇଁ ଓ ପ୍ରକୃତିର ସୁରକ୍ଷା ପାଇଁ କୁଳପତିଙ୍କ ନେତୃତ୍ୱରେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ଡଃ ପ୍ରଭୁପ୍ରସାଦ ଦାସ ଚାରାରୋପଣ କରିଥିଲେ। ଏହି ଅବସରରେ ସଂସ୍କୃତ ବିଭାଗ ମୁଖ୍ୟା ତଥା ସଂସ୍କୃତ ସପ୍ତାହର ସଞ୍ଚାଳିକା ଡଃ ଅରୁନ୍ଧତୀ ଓଝାଙ୍କ ସମେତ ବିଭାଗୀୟ ଅଧ୍ୟାପିକା ଡ. ନିବେଦିତା ପତି, ମନୋରମା ଖଣ୍ଡା, ଡ. ଆଲିଶା ବିଶ୍ୱାଳ, ଡ. ପ୍ରିୟଦର୍ଶନୀ ମହାପାତ୍ର, ଅଧ୍ୟାପକ ଡ. ପଙ୍କଜ କୁମାର ମାହାନା ଏବଂ ବିଭାଗୀୟ ଛାତଛାତ୍ରୀ ଯୋଗଦେଇ ସଂସ୍କୃତ ସଂକଳ୍ପ ମନ୍ତ୍ରରେ ମନ୍ତ୍ରୀତ ହୋଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ସୁଧାକର ଦାଶ, ଡ. ସୁମନ୍ତ୍ର ନାୟକ, ଆକାଳୁ ପୃଷ୍ଟି, ଡ. ଜ୍ୟୋତି କିଶୋର ମହାନ୍ତି, ଡ. ଅଜୟ କୁମାର ସାହୁ, ଇତିହାସ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ଧଳ, ଦର୍ଶନ ବିଭାଗ ମୁଖ୍ୟ ଡ. ମମତା ମଞ୍ଜରୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Comments are closed.