ସୁଭଦ୍ରା ଯୋଜନା ଜିଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାସ୍ତରୀୟ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ସମ୍ବନ୍ଧରେ ଦରବାରହଲ ଠାରେ ବୁଧବାର ପୂର୍ବାହ୍ନରେ ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମିତା ନାଏକ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ଅବସରରେ ସୁଭଦ୍ରା ଯୋଜନା ମାଧ୍ୟମରେ କିଭଳି ସମସ୍ତ ମହିଳାମାନଙ୍କର ଆର୍ଥିକ ମାନଦଣ୍ଡ ଅଧିକ ସୁଦୃଢ ହେବା ସହିତ ମହିଳାମାନେ ଅଧିକ ସଶକ୍ତ ହୋଇପାରିବେ ସେ ସମ୍ପର୍କରେ ଉପସ୍ଥିତ ମହିଳା ସେମାନଙ୍କ ନିଜସ୍ୱ ମତବ୍ୟକ୍ତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଏହି ଯୋଜନାରେ ଯେଭଳି କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବଞ୍ଚିତ ନ ହେଉ ଏଥିପାଇଁ ସବୁସ୍ତରରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାମାନେ ଯଥେଷ୍ଟ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ।

Comments are closed.