ଦୁର୍ଘଟଣାରେ ମୃତକଙ୍କୁ ମିଳିଲା ରେଡକ୍ରସରୁ ଆର୍ଥିକ ସହାୟତା
ରେଙ୍ଗାଲି: ସମ୍ବଲପୁର ଜ଼ିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଏନଏଲସିର କୋଇଲା ପରିବହନ ରାସ୍ତାକୁ ସଂଯୋଗ କରୁଥିବା ସମ୍ବଲପୁର ରାଉଲକେଲା ଏକ୍ସପ୍ରେସ ୱେରେ ଗତ ଜୁଲାଇ ୧୨ ତାରିଖ ଦିନ ଏକ ଟ୍ରେଲର ଧକ୍କାରେ ମତୁଲକେମ୍ପ ଗଁlର ମାନୁ ସିଂଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଦିନତମାମ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ତହସିଲଦାର ଶ୍ରଦ୍ଧାକର କୁମ୍ଭାର, ଏସଡି ପିଓ ତୋଫାନ ବାଗ, ଠେଲକୋଲଇ ଥାନା ଅଧିକାରୀ ସାବିତ୍ରୀ ଵଳ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି କମ୍ପାନୀ ତରଫରୁ ଦେଢ଼ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିଥିଲେ ଏବଂ କମ୍ପାନୀ ତରଫରୁ ପଚାଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତହସିଲଦାର ଶ୍ରୀ କୁମ୍ଭାର ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ତହସିଲଦାର ଶ୍ରୀକୁମାର ମାତୁଳୁକେମ୍ପକୁ ଯାଇ ସେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଇଣ୍ଡିଆନ ରେଡକ୍ରସ୍ ସୋସାଇଟି ତରଫରୁ ସ୍ବର୍ଗତ ମନୁ ସିଂଙ୍କ ମାଆ ମମତା ସିଂଙ୍କ ନାମରେ କୋଡିଏ ହଜାର ଟଙ୍କାର ମଞ୍ଜୁରୀ ପତ୍ରକୁ ସମସ୍ତ ପରିବାରଙ୍କ ଉପସ୍ଥିତିରେ ମମତା ସିଂକୁ ହସ୍ତାନ୍ତର କରିଥିଲେ।
Comments are closed.