www.samajalive.in
Sunday, December 7, 2025
23.1 C
Bhubaneswar

ଥମିବାର ନାମ ନେଉ ନାହିଁ ଜିଲା ବିଜେପି ଗୋଷ୍ଠୀ ବିବାଦ

ସମ୍ବଲପୁର: ରାଜ୍ୟରେ ବିଜେପି ଦଳର ପ୍ରମୁଖ ଦୁର୍ଗ ରୂପେ ସମ୍ବଲପୁର ଜିଲାରେ ଗୋଷ୍ଠୀ ବିବାଦ ଥମିବାର ନାମ ନେଉ ନାହିଁ। ବିଗତ ବର୍ଷ ଗୁଡିକରେ ଜିଲାରେ ଜୟନାରାୟଣ ମିଶ୍ର ଓ ସୁରେଶ ପୂଜାରୀ ଗୋଷ୍ଠୀ ସକ୍ରିୟ ରହିଥିବା ବେଳେ ପରବର୍ତ୍ତୀ ସମୟରେ ସୁରେଶ ପୂଜାରୀ ବରଗଡ଼ ମୁହାଁ ହେବା ପରେ କିଛି ବର୍ଷ ପାଇଁ ଏହା ଥମି ଯାଇଥିଲା। କିନ୍ତୁ ୨୦୧୯ ମସିହାରେ ଜୟନାରାୟଣ ମିଶ୍ର ସମ୍ବଲପୁର ବିଧାୟକ ହେବା ଏବଂ ସେ ଅନେକ ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଥିବାରୁ ଦଳର ସଙ୍ଗଠନ ମଧ୍ୟରେ ଥିବା ତାଙ୍କର ମଜବୁତ ପକଡ ଟିକିଏ ଢ଼ିଲା ହୋଇଯାଇଥିଲା। ଫଳରେ ଚଳିତ ବର୍ଷର ନିର୍ବାଚନ ପୂର୍ବରୁ ଅନେକ ବିଧାୟକ ପ୍ରାର୍ଥୀ ମୁଣ୍ଡ ଟେକିଥିଲେ। ଏହି ବିଧାୟକ ପ୍ରାର୍ଥୀ ମାନଙ୍କ ମଧ୍ୟରେ ହେଉଥିବା ସେ ସମୟରେ ରେସରେ ଜିଲା ବିଜେପି ସଭାପତି ଗିରିଶ ପଟେଲ ସର୍ବାଗ୍ରେ ରହିଥିଲେ। ଏହାକୁ ନେଇ ଜୟନାରାୟଣ ମିଶ୍ର ଓ ଗିରିଶ ପଟେଲଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ନିର୍ବାଚନ ସମୟରେ ଏହି ଗୋଷ୍ଠୀ ବିବାଦ ଜଳଜଳ ସର୍ବତ୍ର ଗୋଚର ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଛକ୍କାପଞ୍ଜା ମଧ୍ୟରେ ଶେଷରେ ଜୟନାରାୟଣ ମିଶ୍ର ପୁର୍ନବାର ବିଧାୟକ ହେବାରେ ସମର୍ଥ ହୋଇଥିଲେ।

ଏହା ପରେ ଉଭୟଙ୍କ ମଧ୍ୟରେ ଜାରି ରହିଥିବା ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିବା ସହିତ କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରହିଥିବା ସଭାପତିଙ୍କ ପ୍ରକୋଷ୍ଠକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଝିଅ ତାଲା ମାରି ଦେଇଥିଲେ। ଏହାର ପ୍ରତିକ୍ରିୟାରେ ଗିରିଶ ଦଳରେ ଥିବା ଭଳି ଲାଗୁ ନାହିଁ ଏବଂ ସେ ନିର୍ବାଚନ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବାର ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଏହି ଘଟଣାର କିଛି ଦିନ ପରେ ନିଜର ଜନ୍ମଦିନ ଅବସରରେ ଗିରିଶ ପଟେଲ ସ୍ଥାନୀୟ ନୟାପଡ଼ା ଠାରେ ନିଜସ୍ୱ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲି ଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ନିୟମିତ ଛକ୍କାପଞ୍ଜା ଜାରି ରହିଥିବା ବେଳେ ରାଜ୍ୟ ନେତୃତ୍ୱଙ୍କ ଚୁପ ରହିବା ଦ୍ୱାରା ଏହା ଦିନକୁ ଦିନ ବୃଦ୍ଧି ପାଇବା ସହିତ ଏହା ରାଜ୍ୟସ୍ତରକୁ ପହଂଚି ଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories