କୁଷ୍ଠ ଆକ୍ରାନ୍ତଙ୍କୁ ସଫଳ ଚିକିତ୍ସା ସହାୟତା ପ୍ରଦାନ ଓ ସଚେତନତା ଶିବିର
ଫୁଲବାଣୀ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କନ୍ଧମାଳ ଦ୍ୱାରା କେଲାପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ କୁଷ୍ଠ ଆକ୍ରାନ୍ତଙ୍କ ସଫଳ ଚିକିତ୍ସା ସହାୟତା ପ୍ରଦାନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠିଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମୈତ୍ରୀ ଶତପଥୀ ଯୋଗ ଦେଇଥିଲେ। ସଚେତନତା ଶିବିରରେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରୁ କୁଷ୍ଠ ଆକ୍ରାନ୍ତ ରୋଗୀ ଉପସ୍ଥିତ ରହିଥିବା ବେଳେ ରୋଗୀଙ୍କୁ ସଚେତନ କରିବା ପରେ ଔଷଧ, ଚପଲ ଓ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା।
Comments are closed.