ଶ୍ରାବଣ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ କାଉଡିଆଙ୍କ ଭିଡ

ଆରଡି: ପବିତ୍ର ଶ୍ରାବଣ ମାସର ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରବିବାର ଆରଡିପୀଠରେ ଲାଗିଛି ହଜାର ହଜାର କାଉଡିଆଙ୍କ ଭିଡ। କାଉଡିଆ ଭକ୍ତଙ୍କ ବୋଲବମ ହରହର ବୋମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ପୀଠର ସ୍ଥଳପଥ ଓ ଜଳପଥରେ ଆସୁଥିବା କାଉଡିଆ ଭକ୍ତଙ୍କ ସୁରକ୍ଷା ନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀର ଥିବା ମୁଆଁଘାଟ, ତିନିତରଘାଟ ଓ ଧାନଖଣିଆଘାଟରେ କାଉଡିଆ ଭକ୍ତ ଯେପରି ସୁରକ୍ଷିତ ଭାବେ ନଦୀପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ବରେ ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହୀନିଙ୍କୁ ମୁତୟନ କରାଯାଇଛି। ତାହାସହ ରବିବାର ସନ୍ଧ୍ୟାରୁ ସୋମବାର ସକାଳ ଯାଏଁ ନଦୀଘାଟ ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମନ୍ଦିର ଭିତରେ ଶୃଙ୍ଖଳିତ ଭାବେ ଜଳଲାଗି ପାଇଁ ବ୍ୟାରିକେଡ଼ କରାଯାଇଥିବା ବେଳେ ମନ୍ଦିର ଭିତର ଓ ବାହାର ବେଢାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି।

Comments are closed.