ଅବକାରୀ ବିଭାଗର ସଚେତନତା ବାର୍ତ୍ତା, ଜିଲ୍ଲା ଠିକଣା ଚାରିଛକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ୱାଲ ପେଣ୍ଟିଙ୍ଗ ସଚେତନତା ବାର୍ତାରେ ଜିଲ୍ଲା ପ୍ରଶାସନ ବୌଦ୍ଧ ସ୍ଥାନରେ ଚାରିଛକ ଲେଖାଯାଇଛି। ସେହିପରି ଜିଲ୍ଲା ଅବକାରୀ ବିଭାଗ ବୌଦ୍ଧ ସ୍ଥାନରେ ଚାରିଛକ ଲେଖାଯିବା ଭଳି ଏକ ଗୁରୁତର ତ୍ରୁଟି ସଚେତନତା ବାର୍ତା ନାଁରେ ଚାଲିଥିବା ଅର୍ଥ ଶ୍ରାଦ୍ଧକୁ ପଦାରେ ପକାଇଛି। ଏଭଳି ଏକ ଚିତ୍ର ଚାରିଛକ ସଦର ମହକୁମାରେ ଅବସ୍ଥିତ ହରଭଙ୍ଗା ବ୍ଲକ ଅଫିସ ପାଚେରୀ କାନ୍ଥରେ ରହିଥିବା ପୁରୁଣା ଚାଉଳ ଗୋଦାମ ପାର୍ଶ୍ବରେ ଲେଖାଯାଇଥିବା ଦେଖିବାକୁ ମିଳିଛି।ଏଭଳି ଅଭାବନୀୟ ଚିତ୍ରରୁ ବାହାରୁ ଆସୁଥିବା ଲୋକ ଚାରିଛକକୁ ଏକ ଜିଲ୍ଲା ଭାବିବା ସ୍ୱାଭାବିକ। ଏଭଳି ଗୁରୁତର ତ୍ରୁଟିକୁ ତୁରନ୍ତ ସୁଧାରିବା ଦିଗରେ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବୀ ଉଠୁଛି।

kalyan agarbati

Comments are closed.