ପାଟଣା ବ୍ଲକରେ ଇ-ପଞ୍ଚାୟତ ସଭା ପ୍ରଶିକ୍ଷଣ

ପାଟଣା: ପାଟଣା ବ୍ଲକ ସଭା ଗୃହରେ ଆଜି ବ୍ଲକ ଅଞ୍ଚଳର ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ ଓ ଗ୍ରାମରୋଜଗାର ସେବକ ମାନଙ୍କୁ ଇ-ପଞ୍ଚାୟତ ସଭା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବିଡ଼ିଓ ବିଜୟ କୁମାର ନାୟକଙ୍କ ସହ ଜିପିଇଓ ରଶ୍ମିରେଖା ମହାନ୍ତି ଇ-ପଞ୍ଚାୟତ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ। କମ୍ପ୍ୟୁଟର ପ୍ରୋଗ୍ରାମ ଅଫିସର ବେଦବ୍ୟାସ ମହାନ୍ତ ଶିବିରାର୍ଥୀ ମାନଙ୍କୁ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ୟ୍ୟ ଓ ସଭାସମିତି ଆଦି ସମସ୍ତ କାର୍ୟ୍ୟକୁ ଇ-ଲିପିବଦ୍ଧ କିପରି କରାଯିବ ସେନେଇ ଶିବିରାର୍ଥୀ ମାନଙ୍କୁ ସବିଶେଷ ତାଲିମ ଦେଇଥିଲେ।

Comments are closed.