ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ବିର୍ସା ମୁଣ୍ଡା ଛକ ନିକଟରେ ମା’ ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ରାସ୍ତା ତଳକୁ ବସଟି ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସରେ ଥିବା ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାସ୍ତାର ଗୋଟିଏ ପାର୍ଶ୍ବ ରାସ୍ତା କାମ ପାଇଁ ବନ୍ଦ ରହିଥିବା ବେଳେ କେବଳ ଗୋଟିଏ ପାର୍ଶ୍ୱରେ ଗାଡି ଚଳାଚଳ କରୁଥିଲା। ଯାତ୍ରୀବାହୀ ବସଟି ଆନନ୍ଦପୁରରୁ ଘଟଗାଁ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଘଟଗାଁ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ସାମାନ୍ୟ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Comments are closed.