
ମା’ ଭୈରବୀଙ୍କ ନୂତନ ମନ୍ଦିର ରତ୍ନମୁଦ ପାଇଁ କଳସ ଯାତ୍ରା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନୂତନ ମନ୍ଦିର ରତ୍ନମୁଦ ସ୍ଥାପନ ପାଇଁ ଶୁକ୍ରବାର ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତଙ୍କ ସମାଗମରେ ନାମ ସଂକୀର୍ତନ ମାଙ୍କ କଳସ ଯାତ୍ରା ଆରମ୍ଭ ହୋଇଥିଲା। ମନ୍ଦିର କମିଟିର ସଭାପତି ସୁରେନ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଏହି କଳସ ଯାତ୍ରାରେ କର୍ତ୍ତା ଭାବେ କାର୍ୟ୍ୟ ତୁଲେଇଥିବା ବେଳେ ସହ ସହ ମହିଳା ଜଳପୂର୍ଣ୍ଣ ଶୁଭ କଳସୀକୁ ଯଜ୍ଞ ମଣ୍ଡପକୁ ଆଣି ସ୍ଥାପନ କରିଥିଲେ। ଆଜି ଅଖଣ୍ଡ ନାମ ଯଜ୍ଞ ହେବା ସହିତ ରତ୍ନମୁଦ କାର୍ୟ୍ୟ ଆରମ୍ଭ, ଚଣ୍ଡୀ ଯଜ୍ଞ ଓ ୨୪ତାରିଖରେ ନଗର କୀର୍ତନ ଏବଂ ପୂର୍ଣ୍ଣାହୁତି ହେବାକୁ ଥିବା ନେଇ ମନ୍ଦିର ପରିଚାଳନା କମିଟି ପାଖରୁ ସୂଚନା ମିଳିଛି।
Comments are closed.