OMC 1 banner

ପିକକ୍ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳିତ

ପାଟଣା: ପିକକ୍ ସ୍ବେଛାସେବୀ ସଂଗଠନ ପକ୍ଷରୁ ଆଜି ପାଟଣା ବ୍ଲକର ୨୫ଟି ଗ୍ରାମରେ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଇଛି। ଏଇଆଇଏନ ସହଯୋଗରେ ପରିବେଶ ସୁରକ୍ଷା, ମୃତ୍ତିକା ସଂରକ୍ଷଣ ,ବ୍ୟାପକ ବୃକ୍ଷରୋପଣ ଓ ବର୍ଜ୍ୟବସ୍ତୁ ନିଷ୍କାସନ ସର୍ବୋପରି ପୃଥିବୀର ସୁରକ୍ଷା ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ପିକକର କାର୍ଯ୍ୟନିର୍ଵାହି ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ପିକକର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ଓ କ୍ଷେତ୍ର କର୍ମୀ ଦ୍ରୋପଦୀ ବେଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୃଥିବୀ ଆମର, ଆମେ ତାହାର ସୁରକ୍ଷା କରିବା ଶପଥ ପାଠ ସହ ସଚେତନତା ସଭାମାନ ଆୟୋଜନ କରାଯାଇଥିଲା।

Comments are closed.