ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ସାପ୍ତାହିକ ହାଟ ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଜୀବେ ନିଷ୍ଠୁରତା ଆଇନ୍ ଓ ବେଆଇନ୍ ପ୍ରାଣୀ ପରିବହନ ସମନ୍ଧୀୟ ସଚେତନ ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ଗାଡ଼ିରେ ମାତ୍ରାଧିକ ସଂଖ୍ୟକ ଗୋରୁ, ଗାଈ, ଛେଳି ଓ ମେଣ୍ଢା ପରିବହନ ନ କରିବା, ରାସ୍ତା ପାର୍ଶ୍ବରେ ସର୍ବ ସମ୍ମୁଖରେ ଛେଳି ଓ ମେଣ୍ଢା ମାଂସକଟା ରୋକିବା ଏବଂ ଜୀବେ ନିଷ୍ଠୁରତା ନିରୋଧ ଆଇନ ୧୯୬୦, ଜୀବ ପରିବହନ ଆଇନ ୧୯୭୮ ଓ ସଂଶୋଧିତ ଆଇନ୍ ୨୦୦୧, ପଞ୍ଜିକୃତ କଂସେଇଖାନା ଆଇନ୍ ୨୦୦୧, ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଆଇନ (କୁକୁର) ୨୦୦୧ ଏବଂ ପୋଷା ଜୀବ ପ୍ରଜନନ ଓ ଦୋକାନ ପଞ୍ଜିକରଣ ଆଇନ୍ ସମ୍ବନ୍ଧରେ କଲ୍ୟାଣସିଂହପୁର ବ୍ଲକ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଙ୍କ ନେତୃତ୍ୱରେ ଦେବଗିରି କଳା ପରିଷଦର କଳାକାର ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଚିନ୍ମୟ ସାହୁ, ରେଞ୍ଜର ଚନ୍ଦନ ଗମାଙ୍ଗ, ଖ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଶତାଧିକ ଲୋକ ଏହି କାର୍ୟ୍ୟକ୍ରମକୁ ଦେଖିଥିଲେ।

kalyan agarbati

Comments are closed.