ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ପାଣି, ରୋଗୀ ଓ ସଂପର୍କୀୟ ହନ୍ତସନ୍ତ
ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଏହି ସ୍ଵାସ୍ଥ୍ୟକେନ୍ଦ୍ରକୁ ଦୈନନ୍ଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସନ୍ତି। ବିଶେଷ କରି ଝାଡ଼ା, ବାନ୍ତି, ଜର, ମିଳିମିଳା, ଆହତ, ଗୁରୁତର ଓ ଗର୍ଭବତୀ ମା’ ମାନେ ଆସନ୍ତି ହେଲେ ପାଣି ପାଇଁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସୁଧୁରିବାର ନାଁ ନେଉନି।
ଏହି ଡାକ୍ତରଖାନାରେ ପ୍ରାୟ ୫ ଦିନରୁ ଉର୍ଦ୍ଧ୍ବ ଦିନ ହେବ ଦେଖାଦେଇଛି ଜଳସଂକଟ। ପାଣି ଟୋପାଏ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ। ଆକ୍ୱ।ଗାର୍ଡ ଅଛି କିନ୍ତୁ ଆସୁନି ପାଣି। ରୋଗୀ ଦୋକାନରୁ ପାଣି କିଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି। ସେତିକି ନୁହେଁ ପୁରୁଷ ଓ ମହିଳା ଶୌଚାଳୟ ଥିଲେ ମଧ୍ୟ ପୁରୁଷ ଶୌଚାଳୟରେ ତାଲା ଝୁଲୁଛି। ବାଧ୍ୟ ହୋଇ ଉଭୟ ମହିଳା ଓ ପୁରୁଷ ମହିଳା ଶୌଚାଳୟ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସେଠାକୁ ମଧ୍ୟ ଆସୁନି ପାଣି। ବାହାରୁ ପାଣି ବୋହି ଆଣି ଶୌଚ ପାଇଁ ଶୌଚାଳୟକୁ ଯାଉଛନ୍ତି। ଆବଶ୍ୟକ ସ୍ଥଳେ ବାହାରୁ ପାଣି ବୋତଲ କିଣି ଆଣି ଶୌଚାଳୟ ମଧ୍ୟ ଯାଉଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ଲୋକେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଜଣାଉଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି ରୋଗୀ ଓ ସମ୍ପର୍କୀୟ।
Comments are closed.