ଏଟିଏମ୍ କେନ୍ଦ୍ର ଅନ୍ଧାର, ଟର୍ଚ୍ଚ ମାରି ଟଙ୍କା ଉଠାଉଛନ୍ତି ଗ୍ରାହକ
ତିଗିରିଆ: ତିଗିରିଆ ନିଜିଗଡ଼ ମହାବୀର ବଜାର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ରହିଥିବା ଏଟିଏମ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବିଦ୍ୟୁତ ସେବା ବ୍ୟାହତ କାରଣରୁ ସନ୍ଧ୍ୟାପରେ ଲୋକେ ମୋବାଇଲ ଟର୍ଚ୍ଚ ମାରି ଟଙ୍କା ଉଠାଉଛନ୍ତି।ସୂଚନାଯୋଗ୍ୟ, ଉକ୍ତ କେନ୍ଦ୍ରରେ ଗ୍ରାହକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇବା କାରଣରୁ ପର୍ୟ୍ୟାୟକ୍ରମେ ୨ଟି ମେସିନ ବସାଯାଇଛି। ଗତ କିଛିଦିନ ଧରି ଏହି ଏଟିଏମରେ କୌଣସି କୌଣସି ବିଜୁଳି ବତୀ ଜଳୁନଥିବାରୁ ସନ୍ଧ୍ୟାପରେ ଗ୍ରାହକ ନିଜ ମୋବାଇଲ ଟର୍ଚ୍ଚ ମାରି ଟଙ୍କା ଉଠାଉ ଥିବା ଦେଖାଯାଇଛି। ସେହିଭଳି ଏଟିଏମ ଭିତରେ ଲାଗିଥିବା ଦୁଇଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ବେଳେ ଉକ୍ତ କେନ୍ଦ୍ରରେ ଦୁଇଟି ଏଟିଏମ ମେସିନ ମଧ୍ୟରୁ ଗୋଟିଏ ବର୍ଷର ଅଧିକାଂଶ ସମୟ ଅଚଳ ହୋଇ ପଡିରହୁଛି।
Comments are closed.