ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ
ଫୁଲବାଣୀ: ଫୁଲବାଣୀର ପୁରାତନ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ତ୍ରୟୋଦଶତମ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଏବଂ ଉଦଘାଟକ ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଅନୁଷ୍ଠାନର ନିରନ୍ତର ଉଦ୍ୟମରେ ନିୟମିତ ଭାବେ ଆୟୋଜନ ହେଉଥିବା ଏହି କାର୍ୟ୍ୟକ୍ରମକୁ ପ୍ରସଂସା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ତାରାଣୀ ମହାନ୍ତି ଓ ମିହିରଚାନ୍ଦ ମଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ୟ୍ୟ ଯୋଗ ଦେଇଥିଲେ।
ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା କାର୍ୟ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବିଭିନ୍ନ ସାହିତ୍ୟ ସମ୍ପର୍କିତ କାର୍ୟ୍ୟକ୍ରମ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ବିଷୟରେ ସୁଚନା ଦେଇଥିଲେ। ଏଥିରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁ ଅଧ୍ୟକ୍ଷତା କରିଥିଲେ।
Comments are closed.