ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା, ତାପମାତ୍ରା ୪୨.୫ ଡିଗ୍ରୀ

ବୌଦ୍ଧ: ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ତିନି ଦିନ ହେଲା ବୌଦ୍ଧ ଜିଲାରେ ମଧ୍ୟ ତାପମାତ୍ରା ପ୍ରଚଣ୍ଡ ଭାବେ ବୃଦ୍ଧି ପାଇଛି। ଜିଲାରେ ପ୍ରଚଣ୍ଡ ଖରା ସହ ପ୍ରବଳ ଝାଞ୍ଜୀ ପବନ ବହିବା ଯୋଗୁଁ ଜନଜୀବନ ସଂପୁର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୌଦ୍ଧ ଜିଲାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୨.୫ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ଦୋକାନ ବଜାର ଗୁଡିକ ଖୋଲା ରହୁଥିବା ବେଳେ ଲୋକମାନେ ସକାଳୁ ସକାଳୁ ନିଜର ଦୈନନ୍ଦିନ ସାମଗ୍ରୀ କିଣିବା ପାଇଁ ଘରୁ ବାହାରୁଛନ୍ତି। ସକାଳ ୧୦ଟା ପରେ ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୂପ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି। ଏପଟେ ସୁର୍ଯ୍ୟଙ୍କ ପ୍ରଚଣ୍ଡ ଖରା ସେପଟେ ଶୁଖିଲା ମହାନଦୀର ଉତ୍ତପ୍ତ ବାଲୁକା ରାଶି ଯୋଗୁଁ ଲୋକମାନଙ୍କ କଷ୍ଟ ଦ୍ୱିଗୁଣିତ ହୋଇଯାଉଛି। ଆଗକୁ ଗ୍ରୀଷ୍ମପ୍ରବାହ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିବାରୁ ବୌଦ୍ଧ ସହରବାସୀ ଏହାକୁ ନେଇ ଚିନ୍ତା ପ୍ରକାଶ କଲେଣି।

kalyan agarbati

Comments are closed.