ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୪୦ ଜଣ

ଆଠଗଡ଼: ଆଠଗଡ଼ ବ୍ଲକ ଅଧିନ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁପଡ଼ା ଗ୍ରାମର ପ୍ରାୟ ୪୦ଜଣ ବିଜେଡି କର୍ମୀ ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ଜଣାପଡ଼ିଛି। ବରିଷ୍ଠ ବିଜେପି ନେତା ଅଭୟ କୁମାର ବାରିକଙ୍କ ଉପସ୍ଥିତିରେ ରଥଗଡ଼ାସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ଏହି କର୍ମୀମାନେ ଦଳରେ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର ବିକାଶମୂଳକ କାର୍ଯ୍ୟ ଏବଂ ସୁଶାସନରେ ପ୍ରଭାବିତ ହୋଇ ଗୁଡୁପଡ଼ା ଗ୍ରାମର ମାନସ ଘଟୁଆଳ, ରତ୍ନାକର ରାଉତ, ବାବୁଲି ସ୍ୱାଇଁ, ପଙ୍କଜ ସାହୁ, ବଳରାମ ରାଉତ, ଗରିଆ ଦେହୁରୀ, ଶୁଭେନ୍ଦୁ ଘଟୁଆଳ, ପ୍ରଦୀପ ସାହୁ, ହୃଷିକେଶ ସ୍ୱାଇଁ, ଭଜମନ ସ୍ୱାଇଁ, ମଙ୍ଗରାଜ ପ୍ରଧାନ, ପ୍ରକାଶ ପ୍ରଧାନ, ଶ୍ରୀଧର ସ୍ୱାଇଁ, ବଟକୃଷ୍ଣ ସ୍ୱାଇଁ, ସୂର୍ଯ୍ୟମଣୀ ସ୍ୱାଇଁ, ବିନୋଦ ସାହୁୁ, ସୁୁବାସ ରାଉତ ଓ ପ୍ରସନ୍ନ ପ୍ରଧାନଙ୍କ ସମେତ ଅନ୍ୟମାନେ ଅଭୟ ବାରିକଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗଦେଇଥିବା ପ୍ରକାଶ କରିଥିଲେ। ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଶ୍ରୀ ବାରିକ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ଆଠଗଡ଼ରେ ଆହୁରି ମଜବୁତ୍‌‌ ଓ ସଂଗଠିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

kalyan agarbati

Comments are closed.