www.samajalive.in
Saturday, December 6, 2025
26.1 C
Bhubaneswar

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୪୦ ଜଣ

ଆଠଗଡ଼: ଆଠଗଡ଼ ବ୍ଲକ ଅଧିନ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁପଡ଼ା ଗ୍ରାମର ପ୍ରାୟ ୪୦ଜଣ ବିଜେଡି କର୍ମୀ ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ଜଣାପଡ଼ିଛି। ବରିଷ୍ଠ ବିଜେପି ନେତା ଅଭୟ କୁମାର ବାରିକଙ୍କ ଉପସ୍ଥିତିରେ ରଥଗଡ଼ାସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ଏହି କର୍ମୀମାନେ ଦଳରେ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର ବିକାଶମୂଳକ କାର୍ଯ୍ୟ ଏବଂ ସୁଶାସନରେ ପ୍ରଭାବିତ ହୋଇ ଗୁଡୁପଡ଼ା ଗ୍ରାମର ମାନସ ଘଟୁଆଳ, ରତ୍ନାକର ରାଉତ, ବାବୁଲି ସ୍ୱାଇଁ, ପଙ୍କଜ ସାହୁ, ବଳରାମ ରାଉତ, ଗରିଆ ଦେହୁରୀ, ଶୁଭେନ୍ଦୁ ଘଟୁଆଳ, ପ୍ରଦୀପ ସାହୁ, ହୃଷିକେଶ ସ୍ୱାଇଁ, ଭଜମନ ସ୍ୱାଇଁ, ମଙ୍ଗରାଜ ପ୍ରଧାନ, ପ୍ରକାଶ ପ୍ରଧାନ, ଶ୍ରୀଧର ସ୍ୱାଇଁ, ବଟକୃଷ୍ଣ ସ୍ୱାଇଁ, ସୂର୍ଯ୍ୟମଣୀ ସ୍ୱାଇଁ, ବିନୋଦ ସାହୁୁ, ସୁୁବାସ ରାଉତ ଓ ପ୍ରସନ୍ନ ପ୍ରଧାନଙ୍କ ସମେତ ଅନ୍ୟମାନେ ଅଭୟ ବାରିକଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗଦେଇଥିବା ପ୍ରକାଶ କରିଥିଲେ। ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଶ୍ରୀ ବାରିକ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ଆଠଗଡ଼ରେ ଆହୁରି ମଜବୁତ୍‌‌ ଓ ସଂଗଠିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories