ଭାରତୀୟ କ୍ଷେତ ମଜଦୁର ୟୁନିୟନର ଚତୁର୍ଥ ସମ୍ମିଳନୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମ ପଂଚାୟତରେ ଭାରତୀୟ ଖେତ ମଜଦୂର ୟୁନିୟନର ବଲାଙ୍ଗିର ଜିଲ୍ଲାର ଚତୁର୍ଥ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ସାଥି କମ୍ରେଡ ଉତ୍ତମ ମଲ୍ଲିକ ସଭାପତିତ୍ବ କରିଥିଲେ। ସି.ପି.ଆଇ ବଲାଙ୍ଗିର ଜିଲ୍ଲା ସମ୍ପାଦକ ପ୍ରେମ ବାଗ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଭାରତୀୟ ଖେତ ମଜଦୂର ୟୁନିୟନର ରାଜ୍ୟ ସମ୍ପାଦକ ସୁର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚସୂତ୍ରୀ ଦାବି ଉପସ୍ଥାପନ କରିଥିଲେ। ପ୍ରମୁଖ ଦାବିଗୁଡିକ ମଧ୍ୟରେ ଜଙ୍ଗଲ ଜମିପଟା ପ୍ରଦାନ, ପେନସନ ଲାଗୁ, ଧାନ କ୍ୱିଣ୍ଟାଲ ପ୍ରତି ୩୦୦୦ ଟଙ୍କା ପ୍ରଦାନ, ଜବ୍ କାର୍ଡଧାରିଙ୍କୁ ୨୫୦ ଦିନର କାମ ଓ କ୍ଷେତ ମୂଲିଆମାନଙ୍କ ପାଇଁ ସ୍ଵତନ୍ତ୍ର କେନ୍ଦ୍ରୀୟ ଆଇନ୍ ପ୍ରଣୟନ ରହିଛି।

kalyan agarbati

Comments are closed.