www.samajalive.in
Wednesday, December 10, 2025
17.1 C
Bhubaneswar

ଅସହ୍ୟ ତାତି ସହ ଗୁଳୁଗୁଳି, ସିଝୁଛି ସାରା ଓଡ଼ିଶା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଟାଣ ଖରାରେ ଟକମକ ହୋଇ ଫୁଟୁଛି ସାରା ରାଜ୍ୟ। ସତେ ଯେମିତି ତତଲା ତାୱାରେ ଜଳୁଛି ସମଗ୍ର ଓଡ଼ିଶା। ତତଲା ଝାଞ୍ଜି ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତି ରାଜ୍ୟର ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ସବୁଠି ଆକାଶରୁ ନିଆଁ ବର୍ଷୁଛି। ରୌଦ୍ରତାପ ପ୍ରଭାବରୁ ବର୍ତ୍ତି ନାହାନ୍ତି ପଶୁପକ୍ଷୀ। ଖୋଲା ଆକାଶ ତଳେ ଚରାବୁଲା କରୁଥିବା ପଶୁପକ୍ଷୀ ଅଶୁଂଘାତରେ ଶିକାର ହେଉଛନ୍ତି। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁଁ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଦାଉ ସାଜୁଛି।

ମଙ୍ଗଳବାର ୨୯ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ବାରିପଦା ଏବଂ ଝାରସୁଗୁଡ଼ା ତତଲା କଡ଼େଇରେ ପରିଣତ ହୋଇଛି। ଉଭୟ ସହରରେ ଦିନ ତାପମାତ୍ରା ୪୪.୨ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଥିବା ବେଳେ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ବୌଦ୍ଧ ଓ ବଲାଙ୍ଗୀରରେ ୪୩.୭ଡିଗ୍ରୀ, ନୂଆପଡା ୪୩.୬ ଡିଗ୍ରୀ, ସୁବର୍ଣ୍ଣପୁର ଓ ଟିଟିଲାଗଡ଼ରେ ୪୩.୨ ଡିଗ୍ରୀ, ଅନୁଗୋଳ ୪୩.୧ଡିଗ୍ରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରହିଛି। ୮ ଅଞ୍ଚଳରେ ଦିନ ତାପମାତ୍ରା ୪୩ ଡିଗ୍ରୀ, ୪୨ଡିଗ୍ରୀ ଉପରେ ୭ ସହର, ୯ଟି ସ୍ଥାନରେ ୪୧ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ଏବଂ ୪୦ ଡିଗ୍ରୀ ଉପରେ ୩ ସହର ରହିଛି। ଭୁବନେଶ୍ବର ଓ କଟକ ସହରବାସୀ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇନାହାନ୍ତି। ଚଳିତ ବର୍ଷ ପ୍ରଥମ କରି ‌ଉଭୟ ସହରରେ ଦିନ ତାପମାତ୍ରା ମଙ୍ଗଳବାର ୪୨ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ବର ୪୨.୭ଡିଗ୍ରୀ ଏବଂ କଟକରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି।

- Advertisement -

ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ରାଜ୍ୟ ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କବାୟୁ ପ୍ରବାହ କହୁଛି। ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଉଷ୍ଣବାୟୁ ବାୟୁ ମଣ୍ଡଳରେ ଊର୍ଦ୍ଧ୍ବଗାମୀ ହୋଇପାରୁ ନାହିଁ। ତେଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ। ଏଥିପାଇଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ନିକୁଞ୍ଜ ବିହାରୀ ଧଳ ନିର୍ଦେଶ ଦେଇଛନ୍ତି।

୨୦ ତାରିଖ ପରେ ଗୁରୁବାର ବଳୟ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ୨୧ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଯଦି ସକ୍ରିୟ ଗୁରୁଚାପ ବଳୟ ଦୁର୍ବଳ ହୁଏ ତେବେ ୨୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଗ୍ରୀଷ୍ମ ପ୍ରବାହରେ ସାମାନ୍ୟ ହ୍ରାସ ପାଇପାରେ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ; କିନ୍ତୁ କେତେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ସର୍ବାଧିକ ତାପମାତ୍ରାର ସ୍ବାଭାବିକରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ସମ୍ଭାବନା ରହିଛି। ଗରମ ଏବଂ ବାୟୁମଣ୍ଡଳ ଆର୍ଦ୍ରତା ୨ରୁ ୩ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାର ଆଶଙ୍କା ରହିଛି।

ତାପମାତ୍ରା

ଭୁବନେଶ୍ୱର ୪୨.୭
କଟକ ୪୨.୫
ବାଲେଶ୍ୱର ୩୮
ଚାନ୍ଦବାଲି ୪୧.୩
ପାରାଦ୍ୱୀପ ୩୩.୩
ଗୋପାଳପୁର ୩୪.୮
ପୁରୀ ୩୫.୪
ଅନୁଗୋଳ ୪୩.୧
ବାରିପଦା ୪୪.୨
ଝାରସୁଗୁଡ଼ା ୪୪.୨
କେନ୍ଦୁଝର ୪୧.୨
ସମ୍ବଲପୁର ୪୩
ସୁନ୍ଦରଗଡ଼ ୪୩
ହୀରାକୁଦ ୪୧.୬
ତାଳଚେର ୪୨.୮
ଭବାନୀପାଟଣା ୪୨.୫
ବଲାଙ୍ଗିର ୪୩.୭
କୋରାପୁଟ ୩୭
ଫୁଲବାଣୀ ୩୯.୪
ଟିଟିଲାଗଡ଼ ୪୩.୨
ମାଲକାନଗିରି ୪୦.୨
ସୋନପୁର ୪୩.୨
ଦାରିଙ୍ଗବାଡ଼ି ୩୭.୫
ନୟାଗଡ ୪୧.୭
ବୌଦ୍ଧ ୪୩.୭
ଛତ୍ରପୁର ୩୯
ପାରଳାଖେମୁଣ୍ଡି ୪୧.୪
ରାୟଗଡା ୩୯.୬
ଭଦ୍ରକ ୪୧
ଯାଜପୁର ୪୨
ଢେଙ୍କାନାଳ ୪୨
ବରଗଡ ୪୦.୫
ଦେବଗଡ ୪୧.୩
ନୂଆପଡା ୪୩.୬
ନବରଙ୍ଗପୁର ୩୮.୬
ଖୋର୍ଦ୍ଧା ୪୦
ଜଗତସିଂହପୁର ୪୧.୫
କେନ୍ଦ୍ରାପଡା ୪୧.୨
ରାଉରକେଲା ୪୨.୪

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories