ରାଜ୍ୟରେ ଟିକା ନେଲେଣି ୩ କୋଟି ୮୮ ଲକ୍ଷ ୨୫ ହଜାର ୪୮୩

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୨୮ ଲକ୍ଷ ୩୧ ହଜାର ୪୩୭ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟର ଟିକାକରଣ ସଂଖ୍ୟା ୩ କୋଟି ୮୮ ଲକ୍ଷ ୨୫ ହଜାର ୪୮୩ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨ କୋଟି ୬୩ ଲକ୍ଷ ୧୩ ହଜାର ୯୦୯ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୨୫ ଲକ୍ଷ ୧୧ ହଜାର ୫୭୪ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୯୪ ଲକ୍ଷ ୯୦ ହଜାର ୧୪୩ ଜଣ ପୁରୁଷ ଓ ୧ କୋଟି ୯୩ ଲକ୍ଷ ୨୬ ହଜାର ୨୬୭ ଜଣ ମହିଳା ଏହି ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩ କୋଟି ୪୧ ଲକ୍ଷ ୩ ହଜାର ୯୦୧ ଜଣ କୋଭିସୀଲଡ଼ ଏବଂ ୪୭ ଲକ୍ଷ ୧୫ ହଜାର ୬୯୪ ଜଣ କୋଭାକସିନ ଟିକା ନେଇଛନ୍ତି। ସେହିପରି ୧୮-୪୪ ବୟସ ବର୍ଗରେ ୨ କୋଟି ୧୩ ଲକ୍ଷ ୯୩ ହଜାର ୧୬୯ ଜଣ, ୪୫-୬୦ ବୟସ ବର୍ଗରେ ୧ କୋଟି ୬ ଲକ୍ଷ ୩୫ ହଜାର ୮୪୪ ଓ ୬୦ରୁ ଉର୍ଦ୍ଧ୍ବ ବୟସର ୬୭ ଲକ୍ଷ ୯୬ ହଜାର ୪୭୦ ଜଣ ଟିକା ନେଇଛନ୍ତି।

ଗଂଜାମ ଜିଲ୍ଲାରେ ସର୍ବାଧିକ ୨୨ ଲକ୍ଷ ୩୮ ହଜାର ୭୦୦ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୭ ଲକ୍ଷ ୯୦ ହଜାର ୬୯୧ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୨ ଲକ୍ଷ ୨୫ ହଜାର ୫୧୬ ଜଣ ପ୍ରଥମ ଓ ୬୯ ହଜାର ୨୦୩ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।

Comments are closed.