www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ଆଉ ୩ ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨, ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୫୧୪ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୫୧୫ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୯, ବାଲେଶ୍ୱର ୧୧୧, ବରଗଡ ୭୧, ଭଦ୍ରକ ୪୫, ବଲାଙ୍ଗିର ୯୧, ବୌଦ୍ଧ ୮୦, କଟକ ୩୨୯, ଦେବଗଡ ୬୮, ଢେଙ୍କାନାଳ ୫୫, ଗଜପତିରୁ ୫୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪୬, ଜଗତସିଂହପୁର ୮୯, ଯାଜପୁର ୧୩୭, ଝାରସୁଗୁଡା ୫୧, କଳାହାଣ୍ଡି ୮୫, କନ୍ଧମାଳ ୪୭, କେନ୍ଦ୍ରାପଡା ୧୪୯, କେନ୍ଦୁଝରରେ ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହିତ କୋରାପୁଟ ୩୧, ମାଲକାନଗିରି ୨୩, ମୟୁରଭଞ୍ଜ ୧୪୨, ନବରଙ୍ଗପୁର ୯୦, ନୟାଗଡ ୧୧୮, ନୂଆପଡା ୭୦, ପୁରୀ ୫୩, ରାୟଗଡା ୧୦୧, ସମ୍ବଲପୁର ୧୦୧, ସୋନପୁର ୩୫, ସୁନ୍ଦରଗଡ ୩୪୬ ଷ୍ଟେଟପୁଲରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୬, ୦୬୭ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୧୫ହଜାର ୩୮୦ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୫ ହଜାର ୩୦୬ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories